www.samajalive.in
Saturday, December 6, 2025
14.1 C
Bhubaneswar

ମାଡ୍ରାସ ହାଇକୋର୍ଟଙ୍କ ରାୟ: ଯାଆଁଳା ସନ୍ତାନ ଜନ୍ମକୁ ଦୁଇଟି ପ୍ରସବ ଭାବେ ବିଚାର କରାଯିବ

ଚେନ୍ନଇ : ଯାଆଁଳା ସନ୍ତାନ ଜନ୍ମକୁ ଦୁଇଟି ପ୍ରସବ ଭାବେ ଗ୍ରହଣ କରାଯିବ। ଏହି ହିସାବରେ ପ୍ରଥମ ପ୍ରସବରେ ଯାଆଁଳା ସନ୍ତାନ ଜନ୍ମ ହୋଇଥିଲେ ଦ୍ବିତୀୟ ପ୍ରସବ ପାଇଁ କର୍ମଜୀବୀ ମହିଳାଙ୍କୁ ମାତୃତ୍ବ ଛୁଟି ମିଳିବ ନାହିଁ। ନିୟମ ଅନୁସାରେ ଦୁଇଟି ପ୍ରସବ ପାଇଁ ମାତୃତ୍ବ ଛୁଟି ମିଳିଥାଏ। ପ୍ରଥମ ପ୍ରସବରେ ଯାଆଁଳା ଶିଶୁ ଜନ୍ମ ହୋଇଥିଲେ ଏହାକୁ ଦୁଇଟି ପ୍ରସବ ଭାବେ ବିଚାର କରାଯିବ; କାରଣ ଦୁଇଟିଜାକ ଶିଶୁ ଏକାବେଳକେ ନୁହେଁ; ବରଂ ଆଗ-ପଛ ହୋଇ ଦୁଇ ଥରରେ ଜନ୍ମ ହୋଇଥାଆନ୍ତି। ସେମାନଙ୍କ ଜନ୍ମ ମଧ୍ୟରେ ଥିବା ସମୟର ପାର୍ଥକ୍ୟକୁ ନେଇ ବଡ଼-ସାନ ବିଚାର କରାଯାଏ।

ଜଣେ ମହିଳା ଯଦି ଦ୍ବିତୀୟ ଥର ଗର୍ଭଧାରଣ କରନ୍ତି ଏବଂ ଏଥର ଗୋଟିଏ ଶିଶୁ ପ୍ରସବ କରନ୍ତି; ତେବେ ଏହାକୁ ଆଇନାନୁସାରେ ତୃତୀୟ ପ୍ରସବ ଓ ତୃତୀୟ ସନ୍ତାନ ଭାବେ ବିଚାର କରାଯିବ। ଏହି ପରିପ୍ରେକ୍ଷୀ‌େର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ମାତୃତ୍ବ ଛୁଟି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ନାହିଁ। ଏଭଳି ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ। ଯାଆଁଳା ସନ୍ତାନ ଜନ୍ମକୁ ଗୋଟିଏ ପ୍ରସବ ଭାବେ ଗ୍ରହଣ କରାଯିବା ନେଇ ଜାରି ରହିଥିବା ବିତର୍କ ପ୍ରସଙ୍ଗରେ ହାଇକୋର୍ଟ ଏଭଳି ସ୍ପଷ୍ଟ ମତ ରଖିଛନ୍ତି। ଏଥିସହିତ ଏଭଳି ଏକ ଘଟଣାରେ ତାମିଲନାଡୁର ଜଣେ ମହିଳା ସିଆଇଏସ୍‌ଏଫ ଯବାନଙ୍କୁ ଛୁଟି ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସମ୍ପୃକ୍ତ ଯବାନଙ୍କ ଆବେଦନ ପ୍ରତିବାଦରେ ହାଇକୋର୍ଟରେ ଯେଉଁ ମତ ଉପସ୍ଥାପନ କରାଯାଇଥିଲା ତାହାକୁ ମୁଖ୍ୟ ବିଚାରପତି ଏ.ପି ସାହି ଓ ବିଚାରପତି ସୁବ୍ରମଣ୍ୟମ୍‌ ପ୍ରସାଦଙ୍କ ପୀଠ ଗ୍ରହଣ କରିଛନ୍ତି।

- Advertisement -

୨୦୧୯ ଜୁନ୍‌ ୧୮ରେ ହାଇକୋର୍ଟର ଜଣିକିଆ ପୀଠ ସମ୍ପୃକ୍ତ ମହିଳା ଯବାନଙ୍କ ଆବେଦନ ସପକ୍ଷରେ ମତ ଦେଇ ମାତୃତ୍ବ ଛୁଟିକୁ ୧୮୦ ଦିନ ପର୍ଯ୍ୟନ୍ତ ବଢ଼ାଇବାକୁ ନିର୍ଦେଶ ଦେଇଥିଲେ। ଏଥିସହିତ ଅନ୍ୟ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପାଇଁ ନିର୍ଦେଶ ଦେଇଥିଲେ। ତାମିଲନାଡୁ ରାଜ୍ୟ ସରକାରଙ୍କ ଆଇନାନୁସାରେ ବିଚାରପତି ଏହି ରାୟ ଶୁଣାଇଥିଲେ। ଏହା ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଦୁଇ ଜଣିଆ ପୀଠରେ ମାମଲାର ପୁନଃ ଶୁଣାଣି ହୋଇଥିଲା। ଯବାନ ଜଣଙ୍କ କେନ୍ଦ୍ର ସରକାରଙ୍କ ଅଧୀନରେ ନିଯୁକ୍ତ ହୋଇଥିବାରୁ କେନ୍ଦ୍ରୀୟ ଆଇନ ଅନୁସାରେ ସୁବିଧା ସୁଯୋଗ ଲାଭ କରିବେ ବୋଲି ପୀଠ ସାନି ନିର୍ଦେଶ ଦେଇଛନ୍ତି। ପୁନଶ୍ଚ ଦୁଇରୁ ଅଧିକ ସନ୍ତାନ ଥିଲେ କୌଣସି ସୁବିଧା ସୁଯୋଗ ମିଳିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories