www.samajalive.in
Saturday, December 6, 2025
26.1 C
Bhubaneswar

ଦିଲ୍ଲୀ ହିଂସା ମାମଲାର ଶୁଣାଣି ମାସେ ଘୁଞ୍ଚିବା ଅଯୌକ୍ତିକ; ଶୁକ୍ରବାର ଶୁଣାଣି ହେଉ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀ ସାମ୍ପ୍ରଦାୟିକ ହିଂସା ତଥା ବିଜେପି ନେତାଙ୍କ ଘୃଣିତ ମନ୍ତବ୍ୟ ସମ୍ପର୍କରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତିି ସୁପ୍ରିମକୋର୍ଟ। ଦିଲ୍ଲୀ ହାଇକୋର୍ଟ ମାମଲାର ଶୁଣାଣିକୁ ଗୋଟିଏ ମାସ ମୁଲତବୀ ରଖିବା ନେଇ ସୁପ୍ରିମକୋର୍ଟ ବୁଧବାର, ୪ତାରିଖରେ ଅସନ୍ତୋଷ ବ୍ୟକ୍ତ କରିବା ସହ ‘ଏଭଳି ସମ୍ବେଦନଶୀଳ ମାମଲାର ଶୁଣାଣି ଗୋଟିଏ ମାସ ମୁଲତବୀ ରଖିବା ଅଯୌକ୍ତିକ; ତୁରନ୍ତ ଏହାର ଶୁଣାଣି କରାଯାଉ’ ବୋଲି ନିର୍ଦେଶ ଦେଇଛନ୍ତି। ଆସନ୍ତା ୬ ତାରିଖ, ଶୁକ୍ରବାର ଏହି ମାମଲାର ଶୁଣାଣି ସହ ବିଚାର ଶୀଘ୍ର ଶେଷ କରିବାକୁ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଅଧ୍ୟକ୍ଷ ଥିବା ପୀଠ ଦିଲ୍ଲୀ ହାଇକୋର୍ଟକୁ ନିର୍ଦେଶ ଦେଇଛନ୍ତି। ଏହି ପୀଠରେ ବିଚାରପତି ବି.ଆର ଗାଭାଇ ଓ ବିଚାରପତି ସୁର୍ଯ୍ୟକାନ୍ତ ସଦସ୍ୟ ଅଛନ୍ତି। ଘୃଣିତ ମନ୍ତବ୍ୟ ପାଇଁ ତିନି ବିଜେପି ନେତାଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ଗତ ୨୬ତାରିଖରେ ଦିଲ୍ଲୀ ହାଇକୋର୍ଟଙ୍କ ଗୋଟିଏ ପୀଠ ନିର୍ଦେଶ ଦେଇଥିବାବେଳେ ଏହାର ୨୪ଘଣ୍ଟା ନ ପୂରୁଣୁ ଅନ୍ୟ ଗୋଟିଏ ପୀଠ ମାମଲାର ଶୁଣାଣିକୁ ଗୋଟିଏ ମାସ ଘୁଞ୍ଚାଇ ଦେଇଥିଲେ।

ବିଚାରପତି ଏସ୍‌. ମୁରଲୀଧର ଓ ବିଚାରପତି ତଲୱନ୍ତ ସିଂହ ଗତ ୨୬ରେ ଦିଲ୍ଲୀ ହିଂସାକାଣ୍ଡ ଉପରେ ଶୁଣାଣି ଆରମ୍ଭ କରିଥିଲେ। ବିଚାରପତି ମୁରଲୀଧର ହିଂସାକୁ ଉସୁକାଇବା ଅଭିଯୋଗରେ ତିନି ବିଜେପି ନେତା କପିଳ ମିଶ୍ର, ଅନୁରାଗ ଠାକୁର ଓ ପର୍ବେଶ ଶର୍ମାଙ୍କ ବିରୋଧରେ ତୁରନ୍ତ ଏତଲା ଦାୟର କରି ଗୁରୁବାର (୨୭ତାରିଖ) ଅପରାହ୍ଣ ୩ଟା ସୁଦ୍ଧା ଅଦାଲତକୁ ଜଣାଇବା​ ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶର କେଇ ଘଣ୍ଟା ପରେ ମୁରଲୀଧରଙ୍କ ବଦଳି ଆଦେଶ ପ୍ରକାଶ ପାଇଥିଲା। ଏହି ପରିପ୍ରେକ୍ଷୀରେ ଏତଲା ଦାୟର ପାଇଁ ହାଇକୋର୍ଟ ଦେଇଥିବା ନିର୍ଦେଶ ଅନୁପାଳନ ହୋଇ ନ ଥିଲା।

- Advertisement -

ପରଦିନ ବିଚାରପତି ଡି.ଏନ୍‌ ପଟେଲ ଓ ବିଚାରପତି ସି ହରିଶଙ୍କରଙ୍କୁ ନେଇ ଗଠିତ ନୂଆ ପୀଠ ମାମଲାର ଶୁଣାଣି କରି ମାମଲାରେ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରିବା ସହ କେନ୍ଦ୍ରକୁ ୪ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ପୁଲିସକୁ ମଧ୍ୟ ୪ସପ୍ତାହ ସମୟ ଦେଇଥିଲେ ଓ ମାମଲାର ଶୁଣାଣିକୁ ଏପ୍ରିଲ ୧୩କୁ ଧାର୍ଯ୍ୟ କରିଥିଲେ। ଏ ସମ୍ପର୍କିତ ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ବୁଧବାର କହିଛନ୍ତି ଯେ ‘ଆମେ ହାଇକୋର୍ଟ କାର୍ଯ୍ୟରେ ହସ୍ତକ୍ଷେପ କରୁ ନାହୁଁ; କିନ୍ତୁ ଏହି ମାମଲାର ଶୁଣାଣି ମାସେ ଘୁଞ୍ଚାଇଦେବା ଖୁବ୍‌ ଅଧିକ ଓ ଅଯୌକ୍ତିକ ବୋଲି ଭାବୁଛୁ। ଏ ସମ୍ପର୍କିତ ସମସ୍ତ ଅଭିଯୋଗ ସମ୍ପ୍ରତି ହାଇକୋର୍ଟରେ ବିଚାରାଧୀନ ରହିଛି ଓ ସବୁର ଶୁଣାଣି ଶୀଘ୍ର ହେବା ଦରକାର। ଏଭଳି ନିର୍ଦେଶ ପରେ ପୀଠ ମାମଲାର ଶୁଣାଣି ଏପ୍ରିଲ ୧୩କୁ ଧାର୍ଯ୍ୟ କରିଛନ୍ତି। ଦୁଇ ଦିନ ପୂର୍ବରୁ, ସୋମବାର ପ୍ରଧାନ ବିଚାରପତି ବୋବଡେ କହିଥିଲେ ଯେ ‘ହିଂସାକାଣ୍ଡ ନିୟନ୍ତ୍ରଣ କ୍ଷେତ୍ରରେ ବିଚାରାଳୟର ଭୂମିକା ସୀମିତ; ତଥାପି ଶାନ୍ତି ବଜାୟ ରହିବା ଆମେ ଚାହୁଁ।’

 

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories