www.samajalive.in
Wednesday, December 10, 2025
26.1 C
Bhubaneswar

ଆମାଜନ ପାର୍ସଲରୁ ବାହାରିଲା ନାଗ, ମହିଳା…

ସମାଜ ଡିଜିଟାଲ ଡେସ୍କ: ଅନେକ ସମୟରେ ଅନଲାଇନରେ ଅର୍ଡର କରାଯାଇଥିବା ପାର୍ସଲରୁ ଅଜବ ଅଜବ ଜିନିଷ ବାହାରିଥାଏ। ଗ୍ରାହକ ଗୋଟିଏ ଜିନିଷ ଅର୍ଡର କରିଥିବାବେଳେ ସେଥିରୁ ଭିନ୍ନ କିଛି ବାହାରିଥାଏ। ଯାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥାଏ। ବେଙ୍ଗାଲୁରୁରେ ଏମିତି ଏକ ଘଟଣା ଘଟିଛି, ଯାହାକୁ ନେଇ ଯେକେହି ବି ଭୟଭୀତ ହୋଇପଡ଼ିବେ। କାରଣ ଏଠାକାର ତାନଭୀ ନାମ୍ନୀ ଜଣେ ମହିଳା ଅନଲାଇନ ଶପିଂ ସାଇଟ୍‌‌ ଆମାଜନରୁ ଏକ ଏକ୍ସବକ୍ସ କଣ୍ଟ୍ରୋଲର (ଅନଲାଇନ ଗେମିଂ ଉତ୍ପାଦ) ଅର୍ଡର କରିଥିଲେ। ୨/୩ ଦିନ ପରେ ତାଙ୍କ ଘରେ ଡେଲିଭରି ବଏ ପାର୍ସଲ ଦେଇଥିଲେ। ପାର୍ସଲଟି ପାଇବା ପରେ ମହିଳା ଜଣକ ବେଶ୍‌‌ ଖୁସି ହୋଇଥିଲେ। କିନ୍ତୁ ତାହାକୁ ଯେତେବେଳେ ଖୋଲିଲେ ତାଙ୍କ ଖୁସି ଭୟରେ ବଦଳି ଯାଇଥିଲା। କାରଣ ପାର୍ସଲ ଖୋଲୁ ଖୋଲୁ ସେଥିରୁ ବାହାରିଥିଲା ଏକ ନାଗ ସାପ। ଯାହାକୁ ଦେଖି ମହିଳା ଜଣକ ଭୟଭୀତ ହୋଇପଡ଼ିଥିଲେ। ତେବେ ସାପଟି ପାର୍ସଲ ପେଟିରେ ଲଗାଯାଇଥିବା ଅଠାରେ ଲାଗି ରହିଥିବାରୁ ମହିଳାଙ୍କର କିଛି କ୍ଷତି କରିପାରି ନ ଥିଲା।

ମହିଳା ଜଣକ ଏହାର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ଅନେକ ଲୋକ ନାନା ମନ୍ତବ୍ୟ ଦେଇଛନ୍ତି। କେହି କହିଛନ୍ତି ଆମାଜନ ତା’ ନାଁ ଅନୁସାରେ ଜଙ୍ଗଲରୁ ସାପ ଧରି ମହିଳାଙ୍କୁ ପଠାଇଛି। ଅନ୍ୟ କିଛି ଲୋକ କମ୍ପାନୀର ଏଭଳି ଅଣସମ୍ବେଦନଶୀଳତାକୁ କଡ଼ା ନିନ୍ଦା କରିଛନ୍ତି।

- Advertisement -

ସାମାଜିକ ଗଣମାଧ୍ୟମ ଏକ୍ସରେ ଆଦିତ୍ୟ କୁମାର ତ୍ରିବେଦୀ ଲେଖିଛନ୍ତି, ଯଦି ଆପଣ ଆମାଜନରୁ କିଛି ଅର୍ଡର କରୁଛନ୍ତି, ତେବେ ସେମାନେ ବେଳେବେଳେ ନିଜ ଜଙ୍ଗଲରୁ କିଛି ଉତ୍ପାଦ ମଧ୍ୟ ପଠାଇଥାଆନ୍ତି। କାରଣ ଆମାଜନ ଜଙ୍ଗଲ ବହୁତ ବଡ଼ ବୋଲି ମୁଁ ଶୁଣିଛି।

ଆର୍ଯ୍ୟଭଟ୍ଟ ନାମକ ଜଣେ ବ୍ୟକ୍ତି ଏକ୍ସ’ରେ ପୋଷ୍ଟ କରିଛନ୍ତି ଯେ, ବୋଧହୁଏ ତାନଭୀ ନିଜ ଗେମିଂ ଉତ୍ପାଦରେ ‘କୋବ୍ରା କାଇ’ ଗେମ୍‌‌ ଖେଳିବାକୁ ଇଚ୍ଛା କରିଥିଲେ, ସେଥିପାଇଁ ଆମାଜନ ପାର୍ସଲରେ କୋବ୍ରା(ନାଗ) ପଠାଇଥିଲା।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories