www.samajalive.in
Monday, December 15, 2025
16.1 C
Bhubaneswar

ଆଗଉନି ମୌସୁମୀ, ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର : ଭୁବନେଶ୍ବର ଓ କଟକ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଘନଘନ ବିଜୁଳି ଘଡଘଡି ଯୋଗୁଁ ଲୋକେ ବାହାରକୁ ବାହାରିବାକୁ ଭୟ କରିଥିଲେ। ସକାଳେ ଖରା ସହିତ ପ୍ରବଳ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବାବେଳେ ଅପରାହ୍ଣରେ ଧୂଳି ଝଡ଼ ସହିତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ପବନ ହୋଇଥିଲା। ପବନ ବର୍ଷା ଯୋଗୁଁ ରାଜଧାନୀର କେତେକ ସ୍ଥାନରେ ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିଲା। ଯାତାୟାତ ପ୍ରଭାବିତ ହୋଇଥିଲା। ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ନାଲକୋ, ପଟିଆ, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ଜୟଦେବ ବିହାର, କଳ୍ପନା, ବାଲିଅନ୍ତା ଓ ବାଲିପାଟଣା ଆଦି ଅଞ୍ଚଳରେ ବଜ୍ରପାତ ସାଙ୍ଗକୁ ବର୍ଷା ପବନ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରିଛି। ଅପରାହ୍ଣରେ କଟକରେ ସର୍ବାଧିକ ୨୩ ମି.ମି., ଭୁବନେଶ୍ବରରେ ୧୮.୨ ମି.ମି. ଓ ଢେଙ୍କାନାଳରେ ୧୬.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ବୁଧବାର ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ବରଗଡ ଜିଲାର କେତେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାକୁ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ନୂଆପଡା ଜିଲାରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ ୪୦.୪, ପାରଳାଖେମୁଣ୍ଡି ୪୦.୭, ବୌଦ୍ଧ ୪୧.୨, ସୁବର୍ଣ୍ଣପୁର ୪୦.୭, ଟିଟିଲାଗଡ ୪୧, ବଲାଙ୍ଗିର ୪୧.୫, ଭବାନୀପାଟଣା ୪୧, ଝାରସୁଗୁଡା ୪୦.୬, ଭୁବନେଶ୍ବର ୩୯.୮ ଏବଂ କଟକରେ ୩୮.୪ ଡିଗ୍ରୀ ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉପକୂଳ ଆନ୍ଧ୍ରପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories