www.samajalive.in
Monday, December 8, 2025
20.1 C
Bhubaneswar

ଆଗଉନି ମୌସୁମୀ, ପ୍ରବଳ ଗୁଳୁଗୁଳି

ଭୁବନେଶ୍ୱର : ଭୁବନେଶ୍ବର ଓ କଟକ ସହିତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଛି। ଅପରାହ୍ଣ ୧ଟାରୁ ୪ଟା ପର୍ଯ୍ୟନ୍ତ ଘନଘନ ବିଜୁଳି ଘଡଘଡି ଯୋଗୁଁ ଲୋକେ ବାହାରକୁ ବାହାରିବାକୁ ଭୟ କରିଥିଲେ। ସକାଳେ ଖରା ସହିତ ପ୍ରବଳ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିବାବେଳେ ଅପରାହ୍ଣରେ ଧୂଳି ଝଡ଼ ସହିତ ବିଜୁଳି ଘଡ଼ଘଡ଼ି ଓ ବର୍ଷା ପବନ ହୋଇଥିଲା। ପବନ ବର୍ଷା ଯୋଗୁଁ ରାଜଧାନୀର କେତେକ ସ୍ଥାନରେ ରାସ୍ତାରେ ଗଛ ଉପୁଡ଼ି ପଡ଼ିଥିଲା। ଯାତାୟାତ ପ୍ରଭାବିତ ହୋଇଥିଲା। ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର, ନାଲକୋ, ପଟିଆ, ଚନ୍ଦ୍ରଶେଖରପୁର, କଳାରାହାଙ୍ଗ, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ଜୟଦେବ ବିହାର, କଳ୍ପନା, ବାଲିଅନ୍ତା ଓ ବାଲିପାଟଣା ଆଦି ଅଞ୍ଚଳରେ ବଜ୍ରପାତ ସାଙ୍ଗକୁ ବର୍ଷା ପବନ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ, ଢେଙ୍କାନାଳ, କେନ୍ଦ୍ରାପଡା ଆଦି ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରିଛି। ଅପରାହ୍ଣରେ କଟକରେ ସର୍ବାଧିକ ୨୩ ମି.ମି., ଭୁବନେଶ୍ବରରେ ୧୮.୨ ମି.ମି. ଓ ଢେଙ୍କାନାଳରେ ୧୬.୨ ମି.ମି. ବର୍ଷା ରେକର୍ଡ଼ କରାଯାଇଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ ଅନୁସାରେ ବୁଧବାର ଦେବଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ବରଗଡ ଜିଲାର କେତେକ ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବା ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡିକ ମଧ୍ୟରୁ କିଛି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲାକୁ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ନୂଆପଡା ଜିଲାରେ ସର୍ବାଧିକ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ ୪୦.୪, ପାରଳାଖେମୁଣ୍ଡି ୪୦.୭, ବୌଦ୍ଧ ୪୧.୨, ସୁବର୍ଣ୍ଣପୁର ୪୦.୭, ଟିଟିଲାଗଡ ୪୧, ବଲାଙ୍ଗିର ୪୧.୫, ଭବାନୀପାଟଣା ୪୧, ଝାରସୁଗୁଡା ୪୦.୬, ଭୁବନେଶ୍ବର ୩୯.୮ ଏବଂ କଟକରେ ୩୮.୪ ଡିଗ୍ରୀ ରହିଛି। ଆସନ୍ତା ୨ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ; କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବା ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୩ରୁ ୪ଦିନ ମଧ୍ୟରେ ରାଜ୍ୟର ଆଉ କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉପକୂଳ ଆନ୍ଧ୍ରପ୍ରଦେଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories