www.samajalive.in
Friday, December 12, 2025
16.1 C
Bhubaneswar

କାଠପୋଲ ପାଲଟିଛି ଜୀବନରେଖା : ସମସ୍ୟାରେ ୪୫ ଖଣ୍ଡ ଗ୍ରାମବାସୀ

ରାୟଗଡ଼ା : କାଠ ପୋଲ ପାଲଟିଛି ୪୫ଖଣ୍ଡ ଗ୍ରାମବାସୀଙ୍କ ଜୀବନରେଖା ା ବିକାଶର ଏଭଳି ନଗ୍ନରୂପ ଦେଖିଲେ ଅନୁମାନ କରି ହେଉଛି ଏହି ଅଞ୍ଚଳରେ କେମିତି ବଞ୍ଚୁଛି ଜଣେ ମେହନତି ମଣିଷ ା ୪୫ଖଣ୍ଡ ଗ୍ରାମବାସୀଙ୍କ ପାଇଁ ତିଆରି ହୋଇଛି ବାଉଁଶ ପୋଲ। ଅସ୍ଥାୟୀ କାଠପୋଲ ହିଁ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କ ସାହା ଭରସା ପାଲଟିଛି। ଅତି ବିପଜ୍ଜନକ ଭାବେ ଫଳଫଳିଆ ନଦୀ ଉପରେ ନିର୍ମାଣ ହୋଇଛି ଅସ୍ଥାୟୀ କାଠ ପୋଲ। ଗତ ୧୩ବର୍ଷ ଧରି ଏହି ପୋଲ ଦ୍ବାରା ହିଁ ହଜାର ହଜାର ଲୋକ ଯିବା ଆସିବା କରୁଛନ୍ତି । ରାୟଗଡ଼ା ଜିଲାର ଦୁର୍ଗମ ଚନ୍ଦ୍ରପୁର ବ୍ଲକର ଏଭଳି ଚିତ୍ର ଏବେ ପ୍ରଶାସନ ପାଇଁ ଆହ୍ବାନ ସୃଷ୍ଟି କରିଛି ା
ଚନ୍ଦ୍ରପୁର ବ୍ଲକର ରାଇବିଜି ପୋଲ। ୨୦୦୭ମସିହା ଫଳଫଳିଆ ନଦୀରେ ବନ୍ୟା ହେବା ଫଳରେ ପୋଲର ଗୋଟିଏ ଅଂଶ ଭାଙ୍ଗିଗଲା। ଦୀର୍ଘ ୧ବର୍ଷ ଧରି ଲୋକେ ବାହ୍ୟ ଜଗତରୁ ବିଛିନ୍ନ ହୋଇଗଲେ ା ଶିକ୍ଷା ଓ ସ୍ବାସ୍ଥ୍ୟସେବାଠାରୁ ଆରମ୍ଭ କରି ଗମନାଗମନ ମଧ୍ୟ ଏକ ପ୍ରକାର ଠପ୍ ହୋଇଗଲା। ଦୁର୍ଗମ ଅଞ୍ଚଳର ନଦୀ ଆରପାରିରେ ବେଲମଗୁଡା,ବନ୍ଧୁଗଁା, ରୁଙ୍ଗଟି, ବାକାଗୁଡା, ମୁଲିଗୁଡା, ଅନ୍ଧାରିଲିମା ଓ ଗୁନାଖାଲ ପରି ୪୫ଖଣ୍ଡ ଗ୍ରାମ ରହିଥିବା ବେଳେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରିଲା ନାହିଁ। ଫଳରେ ଅଧିକାଂଶ ସମୟରେ ସ୍କୁଲ ବନ୍ଦ ରହିବା ସହ ଗାଁକୁ ଡାକ୍ତରୀ ସେବା ପହଞ୍ଚିପାରି ନାହିଁ। ଜରୁରୀକାଳୀନ ପରିସ୍ଥିତିରେ ଏବେ ବି ରୋଗୀମାନେ ଉପଯୁକ୍ତ ସ୍ବାସ୍ଥ୍ୟସେବା ନ ପାଇ ପ୍ରାଣ ହରାଉଛନ୍ତି। ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ମଧ୍ୟ ପୋଲଟିଏ ନିର୍ମାଣ ନ ହେବାରୁ ବନ୍ୟାର ଏକ ବର୍ଷ ପରେ ଲୋକେ ଶ୍ରମଦାନ କରି ବାଉଁଶରେ ପୋଲ ନିର୍ମାଣ କରିଛନ୍ତି । ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସମେତ ଶିକ୍ଷକ ମଧ୍ୟ ନିୟମିତ ସ୍କୁଲକୁ ଯାଇ ଶିକ୍ଷାଦାନ କରୁଛନ୍ତି ବୋଲି ଗ୍ରାମର ପିତାଲା ଜାଗାରାଙ୍ଗା ଓ ଜଗୁ ଜାଗରାଙ୍ଗା କହିଛନ୍ତି। ୨୦୦୭ମସିହାର ବନ୍ୟାରେ ପୋଲ ଧୋଇଯିବା ପରେ ୨୦୧୮ରେ ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ପ୍ରାୟ ୬ କୋଟି ୯୭ଲକ୍ଷ ଟଙ୍କାରେ ଏକ ଉଚ୍ଚସ୍ତରୀୟ ପୋଲ ନିର୍ମାଣ କାମ ଆରମ୍ଭ ହେଲା। ଯାହାର ଲମ୍ବା ୧୨୫ମିଟର ରହିଥିବା ବେଳେ ଚଉଡ଼ା ୫୦ମିଟର। ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଉଥିବା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳିସ୍ଥିତିରେ ନିର୍ମାଣ କାର୍ଯ୍ୟ ତ୍ବରିତ କରିବା ପାଇଁ ଲୋକେ ଦାବି କରୁଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ପୋଲ ନିର୍ମାଣ ଶେଷ ହେବ ବୋଲି ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗପକ୍ଷରୁ କୁହାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories