www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ : ହ୍ୟାଟ୍ରିକ୍‌ ଟାଇଟଲ ଲକ୍ଷ୍ୟରେ ସୁପରନୋଭାଜ୍‌

ସାରଜା : ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ ୩ୟ ସଂସ୍କରଣର ଫାଇନାଲ ମ୍ୟାଚ ସୋମବାର ସାରଜାରେ ଗତବର୍ଷର ଚମ୍ପିଆନ ସୁପରନୋଭାଜ୍‌ ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଖେଳାଯିବ। ହରମନପ୍ରୀତ୍‌ କୌରଙ୍କ ନେତୃତ୍ବାଧିନ ସୁପରନୋଭାଜ୍‌ ହ୍ୟାଟ୍ରିକ୍‌ ଟାଇଟଲ ହାସଲ କରିବା ଲକ୍ଷ୍ୟ ରଖିଥିବା ବେଳେ ସ୍ମୃତି ମାନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ପ୍ରଥମ ଥର ପାଇଁ ଚମ୍ପିଆନ ହେବାକୁ ଉଦ୍ୟମ କରିବ। ସୁପରନୋଭାଜ୍‌ ୨୦୧୮ ଓ ୨୦୧୯ରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା। ଶନିବାର ଶେଷ ଲିଗ୍‌ ମ୍ୟାଚରେ ୨ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରି ସୁପରନୋଭାଜ୍‌ ଫାଇନାଲରେ ପ୍ରବେଶ କରିବା ସହିତ ମିତାଲି ରାଜ୍‌ଙ୍କ ଭେଲୋସିଟିକୁ ବିଦାୟର ରାସ୍ତା ଦେଖାଇଥିଲା। ସୁପରନୋଭାଜ୍‌ ଶ୍ରୀଲଙ୍କା ଓପନର ଚାମରି ଅଟ୍ଟାପଟ୍ଟୁ ମୋଟ ୧୧୧ ରନ କରିବା ସହିତ ଚମତ୍କାର ଫର୍ମରେ ରହିଛନ୍ତି। ଶେଷ ମ୍ୟାଚରେ ଅଟ୍ଟାପଟ୍ଟୁ ୪୮ଟି ବଲରୁ ୬୭ରନ କରିଥିଲେ। ହରମନପ୍ରୀତ୍‌ ପୂର୍ବରୁ ୨ଟିଯାକ ଫାଇନାଲରେ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଚଳିତ ଥର ମଧ୍ୟ ଦୁଇ ମ୍ୟାଚରୁ ୬୨ରନ କରିଛନ୍ତି। ଅନ୍ୟପକ୍ଷରେ ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧିନ ଟ୍ରେଲବ୍ଲେଜର୍ସ ଦଳର ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀ ଓ ଇଂଲଣ୍ଡର ସୋଫି ଇକ୍ଲେଷ୍ଟୋନ ଭେଲୋସିଟି ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ସୁପରନୋଭାଜ୍‌ ବିପକ୍ଷରେ ପ୍ରଭାବହୀନ ବୋଲିଂ କରିଥିଲେ। ବ୍ୟାଟିଂରେ ସ୍ମୃତି ମାନ୍ଧନା ୨ଟି ମ୍ୟାଚରୁ ୩୯ ରନ କରିଛନ୍ତି। ବିଶ୍ବ ରେକର୍ଡଧାରୀ ୱେଷ୍ଟଇଣ୍ଡିଜ୍‌ ଓପନର ଡିଏଣ୍ଡ୍ରା ଡଟିନ୍ ଭଲ ଆରମ୍ଭ କରୁଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହେଉଛନ୍ତି। ଶେଷ ମ୍ୟାଚରେ ଦୀପ୍ତି ଶର୍ମା ୪୩ ଓ ହର୍ଲିନ୍‌ ଦେଓଲ ୨୧ ରନ କରିଥିଲେ। ସ୍ପିନ ବୋଲିଂ ବିଭାଗରେ ବିଶ୍ବର ୧ ନମ୍ବର ଟ୍ବେଣ୍ଟି-୨୦ ବୋଲର ସୋଫି ଇକ୍ଲେଷ୍ଟୋନ ଓ ରାଜେଶ୍ବରୀ ଗାଏକ୍ବାର୍ଡ ରହିଛନ୍ତି। ସୁପରନୋଭାଜ୍‌ ନିକଟରେ ମଧ୍ୟ ଦୁଇ ଭାରତୀୟ ସ୍ପିନର ରାଧା ଯାଦବ ଓ ପୁନମ ଯାଦବ ରହିଛନ୍ତି। ଫାଷ୍ଟ ବୋଲିଂ ବିଭାଗରେ ଝୁଲଣ ଗୋସ୍ବାମୀ, ଆୟାବୋଙ୍ଗା ଖାଖା ଓ ସାକିରା ସେଲ୍‌ମନ ପ୍ରମୁଖ ରହିଛନ୍ତି। ସୁପରନୋଭାଜ୍‌ ପୂର୍ବରୁ ୨ ଥର ଚମ୍ପିଆନ ହୋଇଥିବାବେଳେ ଟ୍ରେଲବ୍ଲେଜର୍ସ ଚାପରେ ରହିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories