www.samajalive.in
Friday, December 12, 2025
14.1 C
Bhubaneswar

ନିଆରା ଗଜାନନ; ଗଛକୁ ଗଣେଶ ବେଶରେ ପୂଜାର୍ଚ୍ଚନା

ସମାଜ ଡିଜିଟାଲ ଡେସ୍କ: ଗଜାନନଙ୍କ ଆବାହନ ପାଇଁ ସବୁଠି ଉତ୍ସାହର ପରିବେଶ। ଗାଁଠୁ ସହର ସବୁଠି ବିଭିନ୍ନ ଶିକ୍ଷାନୁଷ୍ଠା ଓ କ୍ଲବ ଗୁଡିକରେ ଧୁମଧାମରେ ଶ୍ର୍ରୀଗଣେଶଙ୍କ ପୂଜା କରାଯାଉଛି। ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛକୁ ଗଣେଶ ବେଶ କରାଯାଇ ପୂଜା କରିବା ସହ ନିଆରା ସଚେତନତା ବାର୍ତ୍ତା ଦେଇଛନ୍ତି। ଗଛକୁ ଧୋତି ପିନ୍ଧାଇ ଦୁଇ ପାଶ୍ୱର୍ରେ କୁଲାରେ ଗଜାନନଙ୍କ କାନ କରାଯାଇଥିବା ବେଳେ ପଇଡରେ ମୂଷା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି ବକୁଳ ଫାଉଣ୍ଡେସନ। ଏହାସହିତ ଫାଉଣ୍ଡେସନର କର୍ମକର୍ତ୍ତା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁଁ ବର୍ତ୍ତମାନ ବୃକ୍ଷ ସହ ମଣିଷର ସମ୍ପର୍କକୁ ଫେରାଇ ଆଣିବାକୁ ବାର୍ତ୍ତା ଦିଆଯାଇଛି। ଗଛକୁ ପୂଜା କରିବା ସହ ପରିବେଶ ପାଇଁ ଗଛ ଲଗାଇବା ଓ ଗଛ ନକାଟିବାକୁ ଅନୁରୋଧ କରାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories