ସମାଜ ଡିଜିଟାଲ ଡେସ୍କ: ଗଜାନନଙ୍କ ଆବାହନ ପାଇଁ ସବୁଠି ଉତ୍ସାହର ପରିବେଶ। ଗାଁଠୁ ସହର ସବୁଠି ବିଭିନ୍ନ ଶିକ୍ଷାନୁଷ୍ଠା ଓ କ୍ଲବ ଗୁଡିକରେ ଧୁମଧାମରେ ଶ୍ର୍ରୀଗଣେଶଙ୍କ ପୂଜା କରାଯାଉଛି। ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛକୁ ଗଣେଶ ବେଶ କରାଯାଇ ପୂଜା କରିବା ସହ ନିଆରା ସଚେତନତା ବାର୍ତ୍ତା ଦେଇଛନ୍ତି। ଗଛକୁ ଧୋତି ପିନ୍ଧାଇ ଦୁଇ ପାଶ୍ୱର୍ରେ କୁଲାରେ ଗଜାନନଙ୍କ କାନ କରାଯାଇଥିବା ବେଳେ ପଇଡରେ ମୂଷା ପ୍ରସ୍ତୁତ କରାଯାଇଛି। ଏହାଦ୍ୱାରା ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି ବକୁଳ ଫାଉଣ୍ଡେସନ। ଏହାସହିତ ଫାଉଣ୍ଡେସନର କର୍ମକର୍ତ୍ତା କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁଁ ବର୍ତ୍ତମାନ ବୃକ୍ଷ ସହ ମଣିଷର ସମ୍ପର୍କକୁ ଫେରାଇ ଆଣିବାକୁ ବାର୍ତ୍ତା ଦିଆଯାଇଛି। ଗଛକୁ ପୂଜା କରିବା ସହ ପରିବେଶ ପାଇଁ ଗଛ ଲଗାଇବା ଓ ଗଛ ନକାଟିବାକୁ ଅନୁରୋଧ କରାଯାଇଛି।
Popular Categories



