www.samajalive.in
Sunday, December 14, 2025
14.1 C
Bhubaneswar

ରୂପାରେ ଝଟକୁଛନ୍ତି ପଦ୍ମସାହିର ଶ୍ରୀ ଗଣେଶ

ଆଠଗଡ : ଆଠଗଡ ସହରର ପଦ୍ମସାହି ଗଣେଶ ପୂଜା କମିଟି ପକ୍ଷରୁ ଚଳିତବର୍ଷ ଗଣେଶ ପୂଜା ବେଶ୍‌‌ ଧୁମଧାମ ଓ ଆଡମ୍ବର ସହକାରେ ପାଳିତ ହେଉଛି । ଚଳିତବର୍ଷ ଶ୍ରୀ ଗଣେଶଙ୍କୁ କମିଟି ପକ୍ଷରୁ ୨.୫କେଜି ଓଜନର ରୂପା ମୁକୁଟରେ ସଜ୍ଜା ଯାଇଛି । ପୂର୍ବବର୍ଷ ପ୍ରାୟ ୧.୫୦କେଜି ଓଜନର ଗଣେଶଙ୍କର ଦୁଇଟି ଦାନ୍ତ ଲଗାଯାଇଥିଲା। ରୂପା ମୁକୁଟ ଓ ଦାନ୍ତରେ ସଜ୍ଜିତ ଶ୍ରୀ ଗଣେଶ ଝଟକୁଥିବାର ଦେଖାଯାଇଛି । ଏହାକୁ ଦେଖିବା ପାଇଁ ବହୁ ଜନସମାଗମ ପରିଲକ୍ଷିତ ହୋଇଛି । ନଗରପାଳ ସସ୍ମିତା ରାଉତ ଓ ୨ନଂ ୱାର୍ଡ କାଉନସିଲର ପୂର୍ଣ୍ଣିମା ବେହେରା ପଦ୍ମସାହି ପୂଜା ମଣ୍ଡପକୁ ଦର୍ଶନ ପାଇଁ ଯାଇଥିବା ବେଳେ ଗଣେଶ ପୂଜା କମିଟିର ସଭାପତି ଚନ୍ଦ୍ରଶେଖର ଦାସ, ସଂପାଦକ ଜିତେନ୍ଦ୍ର ଶତପଥୀ, କୋଷାଧ୍ୟକ୍ଷ ଅଭିଷେକ ଜେନା, ସହସଂପାଦକ ପ୍ରଦୋଷ ସାହାଣୀ, କାର୍ଯ୍ୟକାରୀ କମିଟି ସଦସ୍ୟ ସାନୁ ଭକ୍ତା ଓ ମାନସ ସାମଲ ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ।

- Advertisement -

 

 

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories