www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟସ୍ତରୀୟ କିକ୍‌‌ ବକ୍ସିଂରେ ଆଠଗଡ ବିଦ୍ୟାର୍ଥୀଙ୍କ କୃତିତ୍ୱ

ଆଠଗଡ : ପୁରୀଠାରେ ସଂପ୍ରତି ଆୟୋଜିତ ରାଜ୍ୟ ବିଦ୍ୟାଳୟସ୍ତରୀୟ କିକ୍‌‌ ବକ୍ସିଂ ପ୍ରତିଯୋଗିତାରେ ଆଠଗଡ ବ୍ଲକର ସମସରପୁରସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠର ବିଦ୍ୟାର୍ଥୀ କୃତିତ୍ୱ ଅର୍ଜନ କରି ଏକାଧିକ ପଦକ ହାସଲ କରିଥିବା ଜଣାପଡିଛି । ୧୪ବର୍ଷରୁ କମ୍‌‌ ବୟସ୍କ ବର୍ଗରେ ଛାତ୍ର ସୌମ୍ୟରଞ୍ଜନ ସାମନ୍ତରାୟ ସ୍ୱର୍ଣ୍ଣପଦକ ସ୍ନେହାଶିଷ ସ୍ୱାଇଁ ଓ ଦ୍ୱୀତିକୃଷ୍ଣ ସାହୁ କାଂସ୍ୟ ପଦକ ହାସଲ କରିଥିବାବେଳେ ୧୭ବର୍ଷରୁ କମ୍‌‌ ବୟସ୍କ ବର୍ଗରେ ସ୍ୱରାଜ ସାମଲ ଓ ଛାତ୍ରୀ ପ୍ରିୟଦର୍ଶିନୀ ବାରିକ ୩ୟ ସ୍ଥାନରେ ରହି କାଂସ୍ୟ ପଦକ ହାସଲ କରିଛନ୍ତି । ଏଥିପାଇଁ ଆଠଗଡସ୍ଥିତ କଟକ ଜିଲ୍ଲା କ୍ୱାନ କି ଡୋ ଆସୋସିଏସନ ପକ୍ଷରୁ ବୁଧବାର ସଂପୃକ୍ତ କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାବିତ୍ରୀ ରଥ ବିଦ୍ୟାପୀଠ ପରିସରରେ ଆସୋସିଏସନର ସଭାପତି ରୁଦ୍ର ଚରଣ ମହାନ୍ତି, ଉପସଭାପତି ଶ୍ୟାମ ପ୍ରସାଦ ପଣ୍ଡା, ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା, ସଂପାଦକ ବଦ୍ରିନାରାୟଣ ବାହିନୀପତି, କୋଷାଧ୍ୟକ୍ଷ ରାହୁଲ କୁମାର ଜେନା, ଜିଲ୍ଲା କିକ୍‌‌ ବକ୍ସିଂ ସଂଘ ସଂପାଦକ ଅଞ୍ଜନ ଦାସ ପ୍ରମୁଖ ସଂପୃକ୍ତ ପଦକପ୍ରାପ୍ତ ବିଦ୍ୟାର୍ଥୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରି ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ରୀଡାବିତ୍‌‌ ଅଂଶୁମାନ ରାଉତ, ସ୍ମୃତିରଞ୍ଜନ ସାମଲ, ତୁଷାର ସେନାପତିଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories