ସମାଜ ପୋର୍ଟାଲ ଡେସ୍କ: ଇଟାଲୀରେ କରୋନା ସଂକ୍ରମଣରେ ଆଉ ୮୮୯ ଜଣଙ୍କ ମୃତ୍ୟୁ ହେବାପରେ ସେଠାରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଏହି ସଂକ୍ରମଣ ଚୀନରେ ଉତ୍ପତ୍ତି ହୋଇଥିଲେ ମଧ୍ୟ ଉଭୟ ସଂକ୍ରମଣ ଓ ତଦ ଜନିତ ମୃତ୍ୟୁ ସଂଖ୍ୟା ଇଟାଲୀରେ ଅଧିକ ରହିଛି। ଇଟାଲୀରେ ୯୨ ହଜାର ୪୭୨ ଜଣ କାରନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୦ ହଜାର ୨୩ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟ ଦେଶ ତୁଳନାରେ ଇଟାଲୀରେ ସର୍ବାଧିକ ମୃତ୍ୟୁ ଯୋଗୁ ଏହା ଆହୁରି ଅଧିକ ଜୀବନ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେଠାରେ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ହଜାର ୩୮୪ ଜଣ ସୁସ୍ଥ ହୋଇଥିଲେ ମଧ୍ୟ ଏବେ ୭୦ ହଜାର ୬୫ ଜଣ ସଂକ୍ରମିତଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ବିଶ୍ୱରେ ଆମେରିକାରେ ସର୍ବାଧିକ ୧ ଲକ୍ଷ ୨୩ ହଜାର ୭୭୬ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି।



