www.samajalive.in
Monday, December 15, 2025
26.1 C
Bhubaneswar

ଜୋକୋଭିକ୍‍ଙ୍କୁ ୪ର୍ଥ ୱିମ୍ବଲଡନ ଟାଇଟଲ

ଲଣ୍ଡନ: ସର୍ବିୟାର ନୋଭାକ୍‍ ଜୋକୋଭିକ୍‍ ଚଳିତବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନରେ ପୁରୁଷ ସିଙ୍ଗଲ୍‍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି। ଜୋକୋଭିକ୍‍ ଚତୁର୍ଥ ଥର ଏଠାରେ ଚମ୍ପିଆନ ହୋଇଥିବାବେଳେ ଏହା ତାଙ୍କ କ୍ୟାରିୟରର ୧୩ତମ ଗ୍ରାଣ୍ଡସ୍ଲାମ ଟାଇଟଲ। ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୧୨ଶ ସିଡ୍‍ ଜୋକୋଭିକ୍‍ ସିଧାସଳଖ ୬-୨, ୬-୨, ୭-୬ ସେଟ୍‍ରେ ୮ମ ସିଡ୍‍ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ପ୍ରାରମ୍ଭରୁ ଏକତରଫା ହୋଇଥିଲା। ଜୋକୋଭିକ୍‍ ପ୍ରଥମ ସେଟ୍‍ରେ ଦୁଇଥର, ଦ୍ୱିତୀୟ ସେଟ୍‍ରେ ତିନିଥର ଆଣ୍ଡରସନଙ୍କ ସର୍ଭିସ ବ୍ରେକ କରିଥିଲେ। ତେବେ ତୃତୀୟ ସେଟ୍‍ରେ ଉଭୟ ଖେଳାଳି ୬ଟି ଲେଖାଏଁ ଗେମ ଜିତିବା ଫଳରେ ଏହା ଟାଇବ୍ରେକର ଜରିଆରେ ଫଇସଲା ହୋଇଥିଲା ଯାହାକୁ ଜୋକୋଭିକ୍‍ ୭-୬ରେ ହାତେଇ ନେଇଥିଲେ।
ଜୋକୋଭିକ୍‍ ପୂର୍ବରୁ ୨୦୧୧, ୨୦୧୪ ଓ ୨୦୧୫ରେ ଏଠାରେ ଚମ୍ପିଆନ ହୋଇଥିଲେ। ପୂର୍ବତନ ଏକ ନମ୍ବର ଖେଳାଳି ଜୋକୋଭିକ୍‍ ପ୍ରାୟ ଦୁଇ ବର୍ଷ ପରେ କୌଣସି ଗ୍ରାଣ୍ଡସ୍ଲାମ ଜିତିବାରେ ସଫଳ ହୋଇଛନ୍ତି। ପୁରସ୍କାର ବାବଦରେ ଜୋକୋଭିକ୍‍ଙ୍କୁ ୨୨,୫୦,୦୦୦ ବ୍ରିଟିଶ ପାଉଣ୍ଡ (ଭାରତୀୟ ମୁଦ୍ରାରେ ପ୍ରାୟ ୨୦ କୋଟି ୩୨ ଲକ୍ଷ ଟଙ୍କା) ଓ ରନର୍ସଅପ୍‍ ଆଣ୍ଡରସନଙ୍କୁ ୧୧,୨୫,୦୦୦ ପାଉଣ୍ଡ (୧୦ କୋଟି ୧୬ ଲକ୍ଷ ଟଙ୍କା) ପ୍ରଦାନ କରାଯାଇଛି। ୩୧ ବର୍ଷୀୟ ଜୋକୋଭିକ୍‍ ଚାରିଟି ଗ୍ରାଣ୍ଡସ୍ଲାମ ମଧ୍ୟରୁ ଅଷ୍ଟ୍ରେଲିଆ ଓପନରେ ସର୍ବାଧିକ ୬ ଥର ଚମ୍ପିଆନ ହୋଇଥିବାବେଳେ ଗୋଟିଏ ଥର ଫ୍ରେଞ୍ଚ ଓପନ, ଚାରିଥର ୱିମ୍ବଲଡନ ଓ ୨ ଥର ୟୁଏସ୍‍ ଓପନ ଚମ୍ପିଆନ ହୋଇସାରିଛନ୍ତି। ଜୋକୋଭିକ୍‍ ୨୦୧୧ ଜୁଲାଇରେ ବିଶ୍ୱର ଏକ ନମ୍ବର ପୁରୁଷ ଖେଳାଳିର ମାନ୍ୟତା ପାଇଥିବାବେଳେ ବର୍ତ୍ତମାନ ୨୧ତମ ସ୍ଥାନରେ ରହିଛନ୍ତି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories