ସେମିଫାଇନାଲରେ ନାଦାଲ ଓ ଇସ୍‍ନର

0

ଲଣ୍ଡନ  : ସ୍ପେନର ରାଫେଲ ନାଦାଲ ଓ ଆମେରିକାର ଜନ ଇସନର ୱିମ୍ବଲଡନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟରେ ପୁରୁଷ ସିଙ୍ଗଲ୍‍ସ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ବୁଧବାର ଖେଳାଯାଇଥିବା ପୁରୁଷ ସିଙ୍ଗଲ୍‍ସର ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ବିଶ୍ୱର ୧ ନମ୍ବର ଖେଳାଳି ତଥା ୨ୟ ସିଡ୍‍ ନାଦାଲ ୭-୫,୬-୭, ୪-୬, ୬-୪, ୬-୪ ସେଟ୍‍ରେ ୫ମ ସିଡ୍‍ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୪ ଘଣ୍ଟା ୪୮ ମିନିଟ ଧରି ଚାଲିଥିଲା। ଏଥରକୁ ମିଶାଇ ନାଦାଲ ୬ଷ୍ଠ ଥର ପାଇଁ ୱିମ୍ବଲଡନରେ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ସେମିଫାଇନାଲରେ ନାଦାଲ ପୂର୍ବତନ ଏକ ନମ୍ବର ଖେଳାଳି ସର୍ବିୟାର ନୋଭାକ୍ ଜୋକୋଭିକ୍‍ଙ୍କୁ ଭେଟିବେ। ଅନ୍ୟ ଏକ କ୍ୱାର୍ଟରଫାଇନାଲରେ ୯ମ ସିଡ୍‍ ଇସ୍‍ନର ୬-୭, ୭-୬, ୬-୪, ୬-୩ ସେଟ୍‍ରେ ୧୩ଶ ସିଡ୍‍ କାନାଡାର ମିଲୋସ ରାଓନିକ୍‍ଙ୍କୁ ଭେଟିବେ। ଇସ୍‍ନର ପ୍ରଥମ ଥର ୱିମ୍ବଲଡନ ସେମିଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ସେମିରେ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନଙ୍କୁ ଭେଟିବେ।

Leave A Reply