www.samajalive.in
Friday, December 5, 2025
17.1 C
Bhubaneswar

କାହିଁକି ନିରପେକ୍ଷ ରହିବ ରୁଷିଆ

ମସ୍କୋ: ଇସ୍ରାଏଲ-ଇରାନ୍‌-ଆମେରିକା ଯୁଦ୍ଧରେ ରୁଷିଆ ପୁରୁଣା ବନ୍ଧୁ ଇରାନକୁ ସାହାଯ୍ୟ କରିବାକୁ ରାଜି ହୋଇଛି; କିନ୍ତୁ କିଭଳି ସାହାଯ୍ୟ କରିବ ତାହା ସ୍ପଷ୍ଟ କରିନାହିଁ। ଏହି ଯୁଦ୍ଧରେ ରୁଷିଆ ନିରପେକ୍ଷତା ଅବଲମ୍ବନ କରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ରୁଷିଆର ନିରପେକ୍ଷତା ପଛରେ ରହିଥିବା କାରଣ ସେ ସ୍ପଷ୍ଟ କରିଛନ୍ତି। ସେଣ୍ଟ ପିଟର୍ସବର୍ଗଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୁତିନ କହିଛନ୍ତି ଯେ ଇସ୍ରାଏଲରେ ପ୍ରାୟ ୨୦ ଲକ୍ଷ ରୁଷୀୟ ବସବାସ କରୁଛନ୍ତି। ପୂର୍ବତନ ସୋଭିଏତ୍‌ ସଂଘ ଅନ୍ତର୍ଭୁକ୍ତ ରାଷ୍ଟ୍ରର ଏହି ନାଗରିକଙ୍କୁ ନେଇ ଇସ୍ରାଏଲରେ ଏକ କ୍ଷୁଦ୍ର ରୁଷିଆ ଗଠିତ ହୋଇଛି। ଏହି ରୁଷୀୟ ଭାଷାଭାଷୀ ଜନତାଙ୍କର କୌଣସି କ୍ଷତି ହେଲା ଭଳି ପଦକ୍ଷେପ ସେ ନେବେ ନାହିଁ ବୋଲି ପୁତିନ କହିଛନ୍ତି। ରୁଷିଆ ଜନସଂଖ୍ୟାର ୧୫ ପ୍ରତିଶତ ହେଉଛନ୍ତି ମୁସଲମାନ। ତା’ଛଡ଼ା ଆରବ ଓ ଇସ୍‌ଲାମିକ୍‌ ରାଷ୍ଟ୍ର ସମୂହଙ୍କ ସହିତ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଇସ୍‌ଲାମିକ୍‌ ସହଯୋଗ ସଂଗଠନ (ଓଆଇସି)ର ପର୍ଯ୍ୟବେକ୍ଷକ ରହିଥିବାରୁ ରୁଷିଆ ନିରପେକ୍ଷ ରହିବାକୁ ଶ୍ରେୟସ୍କର ମନେ କରୁଛି ବୋଲି ସେ କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories