www.samajalive.in
Friday, December 5, 2025
26.1 C
Bhubaneswar

ତିହାର ଜେଲରେ କାହାକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି କେଜ୍ରିୱାଲ

ନୂଆଦିଲ୍ଲୀ: ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ କେଜ୍ରିୱାଲଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ତିହାର ଜେଲରେ ରହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଜେଲରେ ରହିବା ବେଳେ କେଜ୍ରିୱାଲ କେଉଁ ମାନଙ୍କୁ ଭେଟିବାକୁ ଚାହୁଁଛନ୍ତି ସେମାନଙ୍କ ନାମ ତାଲିକ ଜେଲ ପ୍ରଶାସନ ପାଖରେ ଦାଖଲ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କେଜ୍ରିୱାଲ ୬ଜଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ଏଥିରେ ତିନି ଜଣ ବିଶେଷ ବନ୍ଧୁ ରହିଛନ୍ତି। ତାଲିକାରେ ପତ୍ନୀ ସୁନୀତା, ପୁଅ ପୁଲକିତ, ଝିଅ ହର୍ଷିତା, ବନ୍ଧୁ ସନ୍ଦୀପ ପାଠକ, ବନ୍ଧୁ ବିବେକ ଏବଂ ଅନ୍ୟ ଜଣେ ବନ୍ଧୁଙ୍କ ନାମ ଲେଖିଛନ୍ତି। ନିୟମ ଅନୁଯାୟୀ ସମୁଦାୟ ୧୦ଜଣଙ୍କ ନାମ ଦିଆଯାଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ କେଜ୍ରିୱାଲ ୬ଜଣଙ୍କୁ ସାକ୍ଷାତ କରିବାକୁ ଚାହୁଁଥିବା ଜେଲ ପ୍ରଶାସନକୁ କହିଛନ୍ତି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ଇଡି। ଏହି ମାମଲାରେ କୋର୍ଟ କେଜ୍ରିୱାଲଙ୍କୁ ୧୫ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories