www.samajalive.in
Saturday, December 6, 2025
15.1 C
Bhubaneswar

କଲୋନେଲ ସ୍ବାମୀଙ୍କୁ ସାଲ୍ୟୁଟ୍‌ କରି ଅନ୍ତିମ ବିଦାୟ ଦେଲେ ପତ୍ନୀ

ଜୟପୁର: ଜାମ୍ମୁ-କାଶ୍ମୀରର ହନ୍ଦୱାରାରେ ଆତଙ୍କବାଦୀଙ୍କ ସହିତ ଏନକାଉଣ୍ଟର ବେଳେ ଶହୀଦ ହୋଇଥିବା କଲୋନେଲ ଆଶୁତୋଷ ଶର୍ମା ଏବଂ ମେଜର ଅନୁଜ ସୁଦଙ୍କୁ ମଙ୍ଗଳବାର ସମ୍ମାନର ସହିତ ଅନ୍ତିମ ବିଦାୟ ଦିଆଯାଇଛି। କଲୋନେଲ ଆଶୁତୋଷଙ୍କୁ ମଙ୍ଗଳବାର ସକାଳେ ଜୟପୁର ମିଲେଟ୍ରି ଷ୍ଟେଶନରେ ଅଶ୍ରୁଳ ବିଦାୟ ଦିଆଯାଇଥିଲା। ଶହୀଦଙ୍କ ପରିଜନମାନେ ଉପସ୍ଥିତ ରହି ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ଆଶୁତୋଷଙ୍କ ପତ୍ନୀ ପଲ୍ଲବୀ ସ୍ବାମୀଙ୍କୁ ସାଲ୍ୟୁଟ କରି ଅନ୍ତିମ ବିଦାୟ ଜଣାଇଥିଲେ। ଝିଅ ତମନ୍ନା ଏବଂ ଭାଇ ପିୟୁଷ ବି ଉପସ୍ଥିତ ରହିଥିଲେ।

ସେହିପରି ମେଜର ସୁଦଙ୍କ ପାର୍ଥିବ ଶରୀର ଦର୍ଶନ କରିବା ସମୟରେ ତାଙ୍କ ବାପା ତଥା ଅବସରପ୍ରାପ୍ତ ବ୍ରିଗେଡିୟର ସି.କେ. ସୁଦ ଉପସ୍ଥିତ ଥିଲେ। ଏହାସହିତ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏବଂ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ପହଞ୍ଚିଥିଲେ। ଦୁଇ ଶହୀଦଙ୍କୁ ବିଦାୟ ସମୟରେ ଅଶ୍ରୁଳ ପରିବେଶ ସୃଷ୍ଟି ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories