ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ
ଭଦ୍ରକ: ଭଦ୍ରକ ଜିଲା ଦୌରା ଜଜ୍ ଆଜି ଏକ ହତ୍ୟା ମାମଲାର ଶୁଣାଶି କରିଛନ୍ତି । ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବିଚାରଧୀନ କଏଦୀ ଶିବା ସାହୁଙ୍କୁ ଆଜୀବନ ଜେଲଦଣ୍ଡ ସହ ୩୦ ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି ।
ସୂଚନାଯୋଗ୍ୟ, ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମର ପାର୍ବତୀଙ୍କୁ ୧୫ ବର୍ଷ ପୂର୍ବେ ଶିବା ସାହୁ ବିବାହ କରିଥିଲେ । ଘରୋଇ କଳହକୁ କେନ୍ଦ୍ର କରି ଶିବା ସାହୁ ୨୦୧୪ ମସିହା ଅଗଷ୍ଟ ୨୯ ତାରିଖରେ ପାର୍ବତୀଙ୍କୁ ହତ୍ୟା କରିଥିଲେ । ଏହି ମାମଲାରେ ଶିବା ସାହୁଙ୍କୁ ଗ୍ରାମାଞ୍ଚଳ ପୁଳଇସ ଗିରଫ କରି କୋର୍ଟ ଚାଲଣ କରିଥିଲା । ଆଜି ଏହି ହତ୍ୟାକାଣ୍ଡର ଶୁଣାଣି ହୋଇଛି । ସେମାନଙ୍କର ଦୁଇଟି କନ୍ୟା ଓ ଗୋଟିଏ ପୁତ୍ର ସନ୍ତନ ହୋଇଥିବା ଜଣାପଡିଛି ।