www.samajalive.in
Monday, December 15, 2025
27.1 C
Bhubaneswar

୨୭ବର୍ଷ ପରେ ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ; ଏହି ରାଶିର ଲୋକଙ୍କ ଭାଗ୍ୟ ଖୋଲିବ

ସମାଜ ଡିଜିଟାଲ ଡେସ୍କ: ଶନି ଦେବ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଆସନ୍ତ ୩ ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ରହିବେ ଶନି ଦେବ । ୨୭ବର୍ଷ ପରେ ଏହି ନକ୍ଷତ୍ରରେ ଶନି ପ୍ରବେଶ କରିବା ଦ୍ୱାରା ଅନେକ ରାଶିର ବ୍ୟକ୍ତଙ୍କୁ ଲାଭ ପ୍ରଦାନ କରିବେ । ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ଏକ ଶକ୍ତିଶାଳୀ ଗ୍ରହ ଭାବରେ ବିବେଚନା କରାଯାଏ । ଏହାସହିତ ଶନିଙ୍କୁ କଳିଯୁଗର ବିଚାରକ ମଧ୍ୟ କୁହାଯାଏ । କାରଣ ଶନି ଦେବ କୌଣସି ଭେଦଭାବ ବିନା କର୍ମ ଅନୁସାରେ ଶୁଭ ଫଳ ଏବଂ ଦଣ୍ଡ ଦେଇଥାନ୍ତି ।

ଯେତେବେଳେ ବି ଧୀର ଗତିଶୀଳ ଶନିଙ୍କ ଗତିରେ ପରିବର୍ତ୍ତନ ଆସେ ଏହା ଦେଶ, ବିଶ୍ୱ ଏବଂ ରାଶି ଉପରେ ପ୍ରଭାବ ପକାଇଥାଏ । ଶନି ଗ୍ରହ ୨୮ଏପ୍ରିଲ ୨୦୨୫ରେ ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିସାରିଛନ୍ତି ଏବଂ ୩ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ ।

- Advertisement -

ଜ୍ୟୋତିଷଙ୍କ ମତରେ ୨୭ବର୍ଷ ପରେ ଶନି ଭାଦ୍ରପଦ ନକ୍ଷତ୍ରରେ ଗୋଚର କରିଛନ୍ତି । ଏହି ନକ୍ଷତ୍ରରେ ଶନିଙ୍କ ଗୋଚର ଗୁରୁତ୍ୱପୂର୍ଣ୍ଣ କାରଣ ପୁଷ୍ୟ ଏବଂ ଅନୁରାଧା ପରି ଶନି ମଧ୍ୟ ଏହି ନକ୍ଷତ୍ରରେ ଅଧିପତି, ଯାହା ହେତୁ ଏହି ନକ୍ଷତ୍ରରେ ଶନିଙ୍କର ବିଶେଷ ପ୍ରଭାବ ପଡିଥାଏ । ଏପରି ପରିସ୍ଥିତିରେ ଏହି ନକ୍ଷତ୍ରରେ ରହି ଶନି ଦେବ ଅନେକ ରାଶିକୁ ଶୁଭ ଫଳ ପ୍ରଦାନ କରିବେ ।

ବୃଷ: ନ୍ୟାୟର ଅଧିପତି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ପରେ ବୃଷ ରାଶିର ଲୋକମାନଙ୍କ ଭାଗ୍ୟ ଖୋଲିଯିବ । ଆପଣଙ୍କର ଆୟ ବୃଦ୍ଧି ପାଇବ ଏବଂ ରୋଜଗାର ସ୍ତର ବୃଦ୍ଧି ପାଇବ । ଏହି ସମୟରେ ଆପଣ ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ । ଯାହା ଆପଣ ଆର୍ଥିକ ସମସ୍ୟା ଯୋଗୁଁ ବନ୍ଦ କରିଦେଇଥିଲେ । ଏକ ନୂତନ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରେ ।

କର୍କଟ: କର୍ମଫଳର ଦାତା ଶନି ମହାରାଜା ନକ୍ଷତ୍ର ପରିବର୍ତ୍ତନ କରିବାରୁ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ । ଏହି ସମୟରେ ଆପଣ ସମସ୍ତ ପଡି ରହିଥିବା କାମ ଶେଷ କରିବେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ପଦୋନ୍ନତିର ସମ୍ଭାବନା ରହିଛି ।

ତୃଳା: ଉତ୍ତର ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଥିବା ଶନି ଦେବ ତୁଳା ରାଶି ଲୋକଙ୍କ ପାଇଁ ଶୁଭ ହେବ । ଏହି ସମୟରେ ଋଚ୍ଚର ବୋଝ ହ୍ରାସ ପାଇବ ଏବଂ ଆର୍ଥିକ ସ୍ଥିତି ମଜବୁତ ହେବ । ଆପଣ ଘର ଏବଂ ଯାନର ସୁଖ ମଧ୍ୟ ପାଇପାରିବେ । ସେହି ସମୟରେ କୋର୍ଟରେ ଆଇନଗତ ମାମଲାରେ ନିଷ୍ପତ୍ତି ମଧ୍ୟ ଆପଣଙ୍କ ସପକ୍ଷରେ ଆସିପାରେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories