www.samajalive.in
Monday, December 15, 2025
26.1 C
Bhubaneswar

ମନ୍ଦିର ଆଗରୁ ହଟିଲା, ମାତ୍ର ଓ୍ବେବସାଇଟ୍‌ରେ ରହିଛି ‘ଜଗନ୍ନାଥ ଧାମ’

ସମାଜ ଡିଜିଟାଲ ଡେସ୍କ: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଲାଗି ରହିଥିବାବେଳେ ସୋମବାର ମନ୍ଦିର ସମ୍ମୁଖରୁ ହଟାଇ ଦିଆଯାଇଛି ‘ଜଗନ୍ନାଥ ଧାମ’ ଫଳକ। ଜଗନ୍ନାଥପ୍ରେମୀଙ୍କ ତୀବ୍ର ବିରୋଧ ପରେ ଶେଷରେ ଦୀଘା ଜଗନ୍ନାଥ ମନ୍ଦିର ସମ୍ମୁଖରେ ‘ଜଗନ୍ନାଥ ଧାମ’ ଲେଖାଥିବା ସେଲ୍‌ଫି ପଏଣ୍ଟକୁ ପଶ୍ଚିମବଙ୍ଗ ସରକାର ହଟାଇ ଦେଇଛନ୍ତି। ଏନେଇ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛନ୍ତି ବିଜେପି ମିଡିଆ ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ।

- Advertisement -

‘ଏକ୍ସ’ରେ ଦୁଇଟି ଫଟୋ ଶେୟାର କରିଛନ୍ତି ଅମିତ। ଗୋଟିଏ ‘ଜଗନ୍ନାଥ ଧାମ’ ଲେଖାଥିବା ସମୟର ଏବଂ ଅନ୍ୟଟି ଲେଖା ହଟିବା ପରେ। ଏଥିସହ ସେ ଲେଖିଛନ୍ତି, ‘‘ପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନଙ୍କ ତୀବ୍ର ବିରୋଧ ପରେ ପଶ୍ଚିମବଙ୍ଗ ସରକାର ଦୀଘାରେ ଥିବା ଭ୍ରାମକ ‘ଧାମ’ ଲେଖାକୁ ଚୁପଚାପ୍ ହଟାଇବାକୁ ବାଧ୍ୟ ହୋଇଛନ୍ତି। ଏହା ହିନ୍ଦୁ ଏକତାର ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ଏବଂ ମମତା ବାନାର୍ଜୀଙ୍କ ବିଭାଜନକାରୀ ଏଜେଣ୍ଡା ପ୍ରତି ଏକ ଶକ୍ତ ଝଟକା। ଯେତେବେଳେ ହିନ୍ଦୁମାନେ ଏକତ୍ରିତ ହୁଅନ୍ତି, କୌଣସି ରାଜନୈତିକ କାରସାଦି ସଫଳ ହୋଇପାରେ ନାହିଁ। ଜୟ ଜଗନ୍ନାଥ!’’

ଏଠାରେ ସୂଚନାଯୋଗ୍ୟ, ମନ୍ଦିର ସାମ୍ନାରୁ ଜଗନ୍ନାଥ ଧାମ ଲେଖା ହଟିଥିଲେସୁଦ୍ଧା ଓ୍ବେବସାଇଟ୍‌ରେ ଏବେବି ଜଗନ୍ନାଥ ଧାମ ରହିଛି। ଓ୍ବେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖାଯାଇଛି ‘ଜଗନ୍ନାଥ ଧାମ’।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories