www.samajalive.in
Monday, December 15, 2025
26.1 C
Bhubaneswar

କାହିଁକି ହେଉନି ଫିଲ୍ମ ହିଟ୍ ,‘ସେୟାରା’ର ନାଁ ନେଇ ଅରଶଦ ଓ୍ବାର୍ସି ବଲିଉଡ଼କୁ କଲେ କଟାକ୍ଷ, କହିଲେ- କାହିଁକି ହେଉନି ଫିଲ୍ମ ହିଟ୍

ମୁମ୍ବାଇ,୨୫/୧୦ : ବଲିଉଡ଼କୁ କଟାକ୍ଷ କଲେ ଅଭିନେତା ଅରଶଦ ଓ୍ବାର୍ସି । କହିଲେ ବଲିଉଡ଼ ଫିଲ୍ମ ମେକର୍ସ ରିସ୍କ ନେବାକୁ ଡରୁଛନ୍ତି । କାରଣ ଇଣ୍ଡଷ୍ଟ୍ରିରେ ଭଲ ଏବଂ ଦମଦାର୍ ସ୍କ୍ରିଫ୍ଟସର କମି ରହିଛି । ତାଙ୍କ ଅନୁସାରେ ଏବେ ଅଧିକ ମେକର୍ସ ସେଫ ଜୋନରେ ଫିଲ୍ମ ନିର୍ମାଣ କରୁଛନ୍ତି । ଯେଉଁଥିରେ ଏକ୍ସପେରିମେଣ୍ଟ୍ସ କମ୍ ଦେଖିବାକୁ ମିଳୁଛି

ଅରଶଦ କହିଛନ୍ତି କି, ବର୍ତ୍ତମାନ ସୁପରହିରୋ ଫିଲ୍ମର ଟ୍ରେଣ୍ଡ ଚାଲୁଛି । କିନ୍ତୁ ସେ ଏକ ସିମ୍ପଲ ଲଭ୍ ଷ୍ଟୋରୀ ‘ସେୟାରା’ର ଉଦାହରଣ ଦେଇଛନ୍ତି । ଯାହା କୌଣସି ବଡ଼ ଷ୍ଟାର୍ସ ବିନା ହିଟ୍ ସାବ୍ୟସ୍ତ ହୋଇଛି । ସେ କହିଛନ୍ତି, ତାହା ଖାଲି ଏକ ସିମ୍ପଲ ଲଭ୍ ଷ୍ଟୋରୀ ଥିଲା, କିନ୍ତୁ ଏହା ଦର୍ଶକମାନଙ୍କୁ ପସନ୍ଦ ଆସିଥିଲା କାରଣ ଫିଲ୍ମ ନିର୍ମାତା ରିସ୍କ ନେଇଛନ୍ତି ।

- Advertisement -

ଅଭିନେତା ଏହା ବି କହିଛନ୍ତି କି ଆଜି ବହୁତ ଫିଲ୍ମ ନିର୍ମାଣ ହେଉଛି, କିନ୍ତୁ ସେଥିରୁ କିଛି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଅରଶଦ ଓ୍ବାର୍ସି କହିଛନ୍ତି, ଯଦି ଆମ ପାଖରେ ଭଲ ସ୍କ୍ରିଫ୍ଟ ଥାନ୍ତା ତ ଆମ ଫିଲ୍ମର ଲିଷ୍ଟରେ ଅଧିକ ହିଟ୍ସ ହୋଇଥାନ୍ତା’ । ଦୁର୍ଭାଗ୍ୟ ବଶତଃ ଆମ ପାଖରେ ନାହିଁ । ଏହି ସାକ୍ଷାତକାର ସମୟରେ ସେ ନିଜ ଆଇକନିକ ଫିଲ୍ମ ‘ମୁନ୍ନା ଭାଇ’ ସିରିଜରେ ସର୍କିଟର ଭୂମିକାର ଉଦାହରଣ ଦେଇ କହିଛନ୍ତି କି ଦର୍ଶକ ଏବେ ବି ଭଲ କାହାଣୀ ଏବଂ କଣ୍ଟେଣ୍ଟର ତଲାଶରେ ଅଛନ୍ତି । ସେହିଭଳି ନିକଟରେ ତାଙ୍କ ଫିଲ୍ମ ‘ଭଗବତ ଚ୍ୟାଫ୍ଟର ଓ୍ବାନ : ରାକ୍ଷଶ, ଯାହା ୧୭ଅକ୍ଟୋବର ୨୦୨୫ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଧ୍ୟାନ ଟାଣୁଛି ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories