www.samajalive.in
Friday, December 5, 2025
26.1 C
Bhubaneswar

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ; ଦିଲ୍ଲୀରେ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ ଦାବିଦାର ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତଥର ମଧ୍ୟ ଭାଜପା ରାଜ୍ୟରେ ବିଜୟୀ ହୋଇଥିଲା ଏବଂ ନିର୍ବାଚନ ପୂର୍ବରୁ କରାଯାଇଥିବା ଘୋଷଣା ଅନୁଯାୟୀ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥିଲେ। ତେବେ ଚଳିତ ଥର ଦଳ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରିନଥିଲା। ସୋନୋୱାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଚଳିତ ଥର ଉଭା ହୋଇଛନ୍ତି। ଉଭୟ ନେତା ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ ମଧ୍ୟ କେବଳ ଶ୍ରୀ ଶର୍ମା ଭାଜପା ସଭାପତି ଜେ ପି ନଡ୍ଡା ଏବଂ ଦଳର ସାଧାରଣ ସଂପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀ ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଆସାମର ଦୁଇ ନେତାଙ୍କ ଉପସ୍ଥିତରେ ଆଲୋଚନା କରାଯିବ ବୋଲି ଆସାମର ଭାଜପା ମୁଖପାତ୍ର ରୂପମ ଗୋସ୍ୱାମୀ କହିଛନ୍ତି।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories