www.samajalive.in
Tuesday, December 9, 2025
16.1 C
Bhubaneswar

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ; ଦିଲ୍ଲୀରେ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ ଦାବିଦାର ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ଗତଥର ମଧ୍ୟ ଭାଜପା ରାଜ୍ୟରେ ବିଜୟୀ ହୋଇଥିଲା ଏବଂ ନିର୍ବାଚନ ପୂର୍ବରୁ କରାଯାଇଥିବା ଘୋଷଣା ଅନୁଯାୟୀ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥିଲେ। ତେବେ ଚଳିତ ଥର ଦଳ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରିନଥିଲା। ସୋନୋୱାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଚଳିତ ଥର ଉଭା ହୋଇଛନ୍ତି। ଉଭୟ ନେତା ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ ମଧ୍ୟ କେବଳ ଶ୍ରୀ ଶର୍ମା ଭାଜପା ସଭାପତି ଜେ ପି ନଡ୍ଡା ଏବଂ ଦଳର ସାଧାରଣ ସଂପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀ ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଆସାମର ଦୁଇ ନେତାଙ୍କ ଉପସ୍ଥିତରେ ଆଲୋଚନା କରାଯିବ ବୋଲି ଆସାମର ଭାଜପା ମୁଖପାତ୍ର ରୂପମ ଗୋସ୍ୱାମୀ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories