କଟକ : ସାରା ରାଜ୍ୟରେ କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଦୈନିକ ସଂକ୍ରମଣ ୧୦ ହଜାର ଅତିକ୍ରମ କରୁଥିବା ବେଳେ ସୁନ୍ଦରଗଡ, ଖୋର୍ଦ୍ଧା ଆଦି ସ୍ଥାନରେ ଅଧିକ ସଂକ୍ରମିତ ସଂଖ୍ୟା ରେକର୍ଡ କରାଯାଉଛି। ସେଭଳି କଟକରେ ଏବେ ଗୋଷ୍ଠୀ ସଂକ୍ରମଣର ଭଳି ପରିସ୍ଥିତି ଆସିଗଲାଣି ବୋଲି ଆଜି ଅନୁମାନ କରାଯାଇଛି। କଟକରେ ଦିନକରେ ୧୦୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟରେ ଗୋଷ୍ଠୀ ସଂକ୍ରମଣ ହୋଇଥାଇପାରେ । ବର୍ତ୍ତମାନ ଏହା ଆଇସିଏମଆର ବୈଜ୍ଞାନିକମାନେ ସ୍ଥିର କରିବେ। କଟକରେ ଦୈନିକ ସଂକ୍ରମଣ ବଢି ଚାଲିଛି। ଯାହା ଜଣାପଡୁଛି ୫ ରୁ ୬ ଦିନ ମଧ୍ୟରେ ସଂକ୍ରମଣ ପିକ୍ କୁ ଆସିଯାଇପାରେ। ତା’ପରେ ଧିରେ ଧିରେ ସଂଖ୍ୟା କମିବ । ବାହାରୁ ଅଧିକ ଲୋକେ କଟକ ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଛି। ଏନେଇ ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି।
Popular Categories



