www.samajalive.in
Saturday, December 6, 2025
15.1 C
Bhubaneswar

ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା  

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ନୀଲିଗୁଡା ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଗୁଣିଗାରେଡି ସନ୍ଦେହରେ ବିଭତ୍ସ ଭାବରେ ଗଳା କାଟି ହତ୍ୟା କରାଯାଇଛି । ମୃତକ ହେଲେ ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି  ।
ସୂଚନା ଯୋଗ୍ୟ , ପଡିଆ ବ୍ଲକ ନିଲିଗୁଡା ଗ୍ରାମର ବୁଦୁରା ପଡିଆମି ଗତକାଲି ସନ୍ଧ୍ୟା ସମୟରେ ଦୁଇ ଅଜଣା ବ୍ୟକ୍ତିଙ୍କ ସହ ନିଜ ଘର ପାଖରେ ଆଲୋଚନା କରୁଥିଲେ । ଏହାପରେ ରାତି ପ୍ରାୟ ୮ ଟା ବେଳେ ଉକ୍ତ ଦୁଇ ଅଜଣା ବ୍ୟକ୍ତି ବୁଦୁରାର ଗଳାକୁ ଏକ ଧାରୁଆ ଅସ୍ତ୍ରରେ କାଟିଦେଇଥିଲେ । ଫଳରେ ସେ ଘଟଣାସୁଳରେ ପ୍ରାଣ ହରାଇଥିଲେ । ବୁଦୁରାର ସ୍ତ୍ରୀ ଘର ବାହରକୁ ଆସି ଦେଖୁଲା ବେଳେକୁ ବୁଦୁରା ମୃତଦେହ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘର ବାରଣ୍ଡାରେ ପଡ଼ି ରହିଥିଲା । ଏହାପରେ ବୁଦୁରାର ପରିବାର ଲୋକ ସ୍ଥାନୀୟ ଲୋକଙ୍କ ସହଯୋଗରେ ପଡିଆ ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ  ଗୁଣି ଗାରେଡ଼ିରୁ ଏଭଳି ହତ୍ୟାକାଣ୍ଡ ହୋଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ହତ୍ୟାକାଣ୍ଡ ଘଟଣାର ଯାଞ୍ଚ ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories