ନ୍ୟୁୟର୍କ : ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୫୩ଟି ଦେଶ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି। ପ୍ରାୟ ୮୫,୪୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚୀନ୍କୁ ବାଦ୍ ଦେଲେ ବିଶ୍ୱର ଅନ୍ୟାନ୍ୟ ଦେଶରେ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ୬ ହଜାରକୁ ବୃଦ୍ଧି ପାଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ‘ହୁ’ କହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୩୦୦ ରୋଗୀ ଏହି ଭୂତାଣୁର ଶୀକାର ହୋଇଥିବା ଜଣାପଡ଼ିଛି। ସେହିଭଳି ଚୀନ୍ ବାହାରେ ୮୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ମେକ୍ସିକୋ ଏବଂ ସାନ୍ମାରିନୋରେ ପ୍ରଥମ କରୋନା ଭାଇରସ୍ ସଂକ୍ରମଣ ଚିହ୍ନଟ କରାଯାଇଛି।



