www.samajalive.in
Sunday, December 7, 2025
26.1 C
Bhubaneswar

ବିବାହ ଭୋଜିରେ ପ୍ଲାଷ୍ଟିକ ଥାଳି ବ୍ୟବହାର ନ କରି ବର-କନିଆ ହେଲେ ପୁରସ୍କୃତ

ସଚେତନତା ସୃଷ୍ଟି କରିବା ପୂର୍ବରୁ ପ୍ରଥମେ ନିଜେ ଏ ବାବଦରେ ଅବଗତ ହେବା ଜରୁରୀ। ଆଜିର ସମୟରେ ପ୍ରତ୍ୟେକ ମନୁଷ୍ୟ କେବଳ ନିଜେ ଭଲରେ ଓ ଆରାମରେ ରହିବାକୁ ଗୁରୁତ୍ବ ଦେଉଛି, ଏଥିପାଇଁ ପରିବେଶ ଉପରେ ଗୁରୁତ୍ବ ପଡ଼ୁଛି, ତାହା ଧ୍ୟାନରେ କେହି ରଖୁନାହାନ୍ତି। ତେବେ ବିଭିନ୍ନ ପର୍ଯ୍ୟାୟରେ କେତେକ ସ୍ଥାନରେ ଏସବୁ ପ୍ରତି ଲୋକେ ସଚେତନ ହେଉଥିବା ଜଣାପଡିଛି।

କେରଳର କନ୍ନୁରସ୍ଥିତ ‘କୋଲାଡ ଗ୍ରାମ ପଞ୍ଚାୟତ’ରେ ନିଆଯାଇଥିବା ପଦକ୍ଷେପ ପୂରା କେରଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଗ୍ରାମପଞ୍ଚାୟତ କିଛି ମାସ ତଳେ କଡ଼ାକଡ଼ି ନିୟମ ପ୍ରଣୟନ କରିଥିଲା। ପ୍ରାରମ୍ଭରେ ଅନୁଷ୍ଠିତ ହେଉଥିବା ପ୍ରତ୍ୟେକ ବିବାହ ଉତ୍ସବରେ ପ୍ଲାଷ୍ଟିକ୍ ଥାଳି ବ୍ୟବହୃତ ହେବନାହିଁ। ଏପରି କଲେ ନବବିବାହିତଙ୍କୁ ବିବାହ ସାର୍ଟିଫିକେଟ୍ ମିଳିବ ନାହିଁ ଓ ୧୦ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡ଼ିବ। ଏହି ଘୋଷଣା ହେବା ପରେ ସ୍ଥାନୀୟ ବାସିନ୍ଦା ଏହାର ଘୋର ବିରୋଧ କଲେ। କାରଣ ସେମାନଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥିଲା। ତେବେ ପରେ ବୁଝାମଣା ହୋଇଥିଲା। ଲୋକଙ୍କୁ ବୁଝାଇ ଦିଆଯାଇଥିଲା ଯେ ଏଥରକ ବିବାହରେ ଅତିଥି ଅଭ୍ୟାଗତଙ୍କୁ କଦଳୀ ପତ୍ର ନଚେତ୍ ଷ୍ଟିଲ ଥାଳିରେ ଖାଦ୍ୟ ପରଷାଯିବ।

- Advertisement -

ଗ୍ରାମ ମୁଖିଆ କହିଛନ୍ତି, ବିବାହ ଦିନ ପଞ୍ଚାୟତର କେତେଜଣ ବ୍ୟକ୍ତି ବିବାହ ଉତ୍ସବକୁ ଯାଇ ଭଲଭାବେ ଏସବୁ ତଦାରଖ କରନ୍ତି। ବର-କନିଆ ପକ୍ଷ ଏସବୁ ଭଲଭାବରେ ନିୟମ ପାଳନ କରିଥିଲେ, ପଞ୍ଚାୟତ ତରଫରୁ ସେମାନଙ୍କୁ ପୁରସ୍କୃତ କରାଯାଇଥାଏ। ପ୍ଲାଷ୍ଟିକ୍ ଥାଳି ପରିବେଶ ଉପରେ କୁପ୍ରଭାବ ପକାଇଥାଏ। ଏ ବାବଦରେ ଗ୍ରାମପଞ୍ଚାୟତ ଅବଗତ ହେବା ପରେ ଏହି ନିୟମ କଡ଼ାକଡ଼ି ଭାବେ ସ୍ଥାନୀୟ ଅଞ୍ଚଳରେ ପ୍ରଣୟନ କରାଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories