www.samajalive.in
Saturday, December 6, 2025
19.1 C
Bhubaneswar

ଶୂନ୍ୟଠୁ ଉପରେ ଶିବ; ସଦଗୁରୁଙ୍କ ଠାରୁ ଜାଣନ୍ତୁ ଶିବ କିଏ?

ସମାଜ ଡିଜିଟାଲ ଡେସ୍କ: ମହାଶିବରାତ୍ରି ପର୍ବ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଅଟେ । ଯାହ ପ୍ରତିବର୍ଷ ଫାଲଗୁନ ମାସର କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏଥର ମହାଶିରାତ୍ରି ମାର୍ଚ୍ଚ ୮ତାରିଖରେ ପଡୁଛି । ହିନ୍ଦୁ ଧର୍ମରେ ତ୍ରିଦେବଙ୍କ ମଧ୍ୟରେ ଭଗବାନ ଶିବଙ୍କର କାହାଣୀ ଏବଂ କିମ୍ବଦନ୍ତୀ ଅନେକ ରହିଛି । ତେବେ ଜାଣିବା ଜରୁରୀ ଯେ ପ୍ରକୃତରେ ଭଗବାନ ଶିବ କିଏ? ଏବଂ ତାଙ୍କର ପୌରାଣିକ କାହାଣୀ କଣ ରହିଛି । ଏସମ୍ପର୍କରେ ସଦଗୁରୁଙ୍କ ଠାରୁ ଚାଲନ୍ତୁ ଜାଣିବା ।
ସଦଗୁରୁ କହିଛନ୍ତି ଯେ ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କର ଉଭୟ ବିନାଶକାରୀ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ରୂପ ବିଷୟରେ ଚିତ୍ରିତ ହୋଇଛି । ଯେଉଁଠାରେ ସାଧାରଣତ ଲୋକମାନେ ସର୍ବଦା ଭଲ ରୂପର ବର୍ଣ୍ଣନା କରିଥାନ୍ତି । ତେବେ ପୁରାଣରେ ଶିବଙ୍କର ଭଲ ରୂପ କିମ୍ବା ଖରାପ ରୂପ ସମ୍ପର୍କରେ କେଉଁଠାରେ ବି ଉଲ୍ଲେଖ କରାଯାଇନାହିଁ । ଯଦି କୌଣସି ବ୍ୟକ୍ତି ବ୍ରହ୍ମାଣ୍ଡର ଜଟିଳ ସମସ୍ୟା ଗୁଡିକ ଧାରଣ କରିଥାଏ ତେବେ ସେ ହେଉଛନ୍ତି ‘ଶିବ’ । ଯିଏ ଶିବଙ୍କୁ ସବୁ ରୂପରେ ସ୍ୱୀକାର କରିଥାଏ ସେ ଜୀବନ ବାହାରେ ଯାଇପାରେ । କାରଣ ଶିବ ଶୂନ୍ୟ ଅଟନ୍ତି ।

ଶୂନ୍ୟଠୁ ଉପରେ ଶିବ:ଆଧୁନିକ ଯୁଗରେ ବିଜ୍ଞାନ ପ୍ରମାଣ କରିଛି ଯେ ଏହି ବ୍ରହ୍ମାଣ୍ଡରେ ଥିବା ପ୍ରତ୍ୟେକ ଜିନିଷ ଶୂନ୍ୟରୁ ଆସିଥାଏ ଏବଂ ପୁନର୍ବାର ଫେରିଯାଏ । ଅସ୍ତିତ୍ୱର ଆଧାର ଏବଂ ସମଗ୍ର ବ୍ରହ୍ମାଣ୍ଡର ମୌଳକ ଗୁଣ ଶୂନ୍ୟ ଅଟେ । ଏଠାରେ ଉପସ୍ଥିତ ତାରାମାନେ ଛୋଟ ମୋଟ କାର୍ଯ୍ୟକଳାପ କରିଥାନ୍ତି । ଏହାବ୍ୟତୀତ ଯଦି କିଛି ଅଛି ତାହା ହେଲା ଶୂନ୍ୟତା । ଯାହାକୁ ଶିବ କୁହାଯାଏ । ଶିବ ହେଉଛନ୍ତି ଏକ ଗର୍ଭ ଯେଉଁଠାରେ ସବୁକିଛି ଜନ୍ମ ନେଇଥାଏ । ଏବଂ ଶିବ ହେଉଛନ୍ତି ଏକ ଶୂନ୍ୟ ସ୍ଥାନ ଯେଉଁଠାରେ ସବୁକିଛି ପୁନର୍ବାର ମିଶ୍ରିତ ମଧ୍ୟ ହୁଏ । ଏହାର ଅର୍ଥ ସବୁକିଛି ଶିବଙ୍କ ଠାରୁ ଆସିଥାଏ ଏବଂ କେବଳ ଶିବଙ୍କ ପାଖକୁ ଯାଏ ।

- Advertisement -

ଶିବଙ୍କୁ ଆଦିଗୁରୁ କାହିଁକି କୁହାଯାଏ: ଦେବତା ହେବା ସହିତ ଶିବଙ୍କୁ ଆଦିଗୁରୁ ବା ଆଦିଯୋଗୀ ରୂପରେ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ପ୍ରଥମେ ଯେଉଁ ସାତ ଜଣଙ୍କୁ ବୈଦିକ ଜ୍ଞାନ ଶିବଙ୍କ ଠାରୁ ପ୍ରାପ୍ତ ହୋଇଥିଲା ସେମାନଙ୍କୁ ସପ୍ତଋଷି କୁହାଯାଇଛି । ଏହାର ଅର୍ଥ ହେଉଛି ଯୋଗ, ଧର୍ମ, କର୍ମୀ ଏବଂ ବୈଦିକ ଜ୍ଞାନ କେବଳ ଶିବଙ୍କଠାରୁ ଉତ୍ପନ୍ନ ହୋଇଥିଲା । ସେଥିପାଇଁ ଶିବଙ୍କୁ ଆଦିଗୁରୁ କୁହାଯାଏ ।

ଶିବ କିଏ: ବହୁଧର୍ମ ପୁରାଣ ଶ୍ଲୋକ ଅନୁସାରେ ହରି ଏବଂ ହରଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଯଦି କୌଣସି ପାର୍ଥକ୍ୟ ଅଛି ତେବେ କେବଳ ରୂପର । ବିଭିନ୍ନ ରୂପରେ ଶିବଙ୍କୁ ପୂଜା କରାଯାଏ କିନ୍ତୁ ଶିବ ପୁରାଣ ଅନୁଯାୟୀ ଶିବ ହେଉଛନ୍ତି ମାୟାର ସୃଷ୍ଟିକର୍ତ୍ତା । ଶିବ ସର୍ବତ୍ର , ସର୍ବଜ୍ଞ, ସର୍ବଶକ୍ତିମାନ, ପ୍ରକୃତିର ଗୁଣରେ ସର୍ବୋଚ୍ଚ ବ୍ରହ୍ମା । ପ୍ରଜାମାନଙ୍କର ସେ ରକ୍ଷକ, ପ୍ରଶଂସା ଯୋଗ୍ୟ ଏବଂ ଦେବତାମାନଙ୍କର ମହାଦେବ । ଶିବଙ୍କୁ ବଳିଦାନ, ଅନୁତାପ, ସ୍ନେହ ଏବଂ କରୁଣାର ପ୍ରତୀକ ବୋଲି କୁହାଯାଏ । ଯଦି ସେ ସହଜରେ ସନ୍ତୁଷ୍ଟ ହୁଅନ୍ତି ମନଜାଣି ଫଳ ପ୍ରଦାନ କରନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories