www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ତେଜିଲା କୃଷକଙ୍କ ଦିଲ୍ଲୀ ଚଲୋ ଅଭିଯାନ; ସବୁ ମାର୍ଗ ଦେଇ ପଶିବାକୁ ଯୋଜନା

ନୂଆଦିଲ୍ଲୀ: କୃଷକ ସଂଗଠନ ପୁଣି ଥରେ ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ବୁଧବାର ଟ୍ରେନ୍‌, ବସ୍‌, ବିମାନ ସମେତ ପ୍ରତ୍ୟେକ ମାର୍ଗ ଦେଇ କୃଷକମାନେ ଦିଲ୍ଲୀ ଯାତ୍ରା କରିବେ। ଏହି କୃଷକମାନେ ଦିଲ୍ଲୀର ଜନ୍ତର ମନ୍ତରରେ ଏକତ୍ର ହେବାକୁ ଯୋଜନା କରିଛନ୍ତି। ସରଭନ୍ ସିଂହ ପଣ୍ଢେର୍ ଏବଂ ଜଗଜିତ୍ ସିଂହ ଡଲ୍ଲେୱାଲଙ୍କ ନେତୃତ୍ୱାଧୀନ ସଂଗଠନଗୁଡ଼ିକ ସାରା ଦେଶର କୃଷକମାନଙ୍କୁ ଦିଲ୍ଲୀରେ ପହଞ୍ଚିବା ପାଇଁ ନିବେଦନ କରିଥିଲେ। ସେମାନେ କହିଥିଲେ ଯେ, ଯେଉଁ କୃଷକମାନେ ଟ୍ରାକ୍ଟର-ଟ୍ରଲି ଯୋଗେ ଦିଲ୍ଲୀରେ ପହଞ୍ଚି ପାରିବେ ନାହିଁ ସେମାନେ ଟ୍ରେନ ଯୋଗେ ଦିଲ୍ଲୀରେ ପହଞ୍ଚିବା ଉଚିତ। ପଞ୍ଜାବ ଏବଂ ହରିୟାଣାର କୃଷକଙ୍କ ବ୍ୟତୀତ ସେ ଏମଏସପି ଦାବିରେ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ସାରା ଦେଶର କୃଷକମାନଙ୍କୁ ନିବେଦନ କରିଛନ୍ତି। ଦାବି ପୂରଣ ନହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି କୃଷକ ନେତା ଜଗଜିତ୍ ସିଂହ ଡଲ୍ଲେୱାଲ। ଏହାବ୍ୟତୀତ ମାର୍ଚ୍ଚ ୧୦ରେ  ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ କରାଯିବ ବୋଲି ମଧ୍ୟ କୃଷକମାନେ କହିଛନ୍ତି। ଚାଷୀଙ୍କ ଦାବି ପ୍ରସଙ୍ଗରେ ସାରା ଦେଶରେ ଦିନ ୧୨ଟାରୁ ଅପରାହ୍ଣ ୪ଟା ଯାଏ ରେଳରୋକ କରାଯିବ। ଅପରପକ୍ଷେ, ଆଜି କୃଷକମାନଙ୍କ ଦିଲ୍ଲୀ ଯାତ୍ରାକୁ ଦୃଷ୍ଟିରେ ରଖି ପୁଲିସ ବେଶ୍‌ ସତର୍କ ମୋଡ୍‌ରେ ଅଛି। ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories