www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ମୁକାବିଲାରେ ଡବ୍ଲ୍ୟୁଏଚଓର ଭୂମିକା ସନ୍ଦେହ ଘେରରେ : ତଦନ୍ତ ପାଇଁ ୬୨ ଦେଶକୁ ଭାରତର ସମର୍ଥନ

ନୂଆଦିଲ୍ଲୀ: ପୁରା ଦୁନିଆକୁ ନିଜ କବଳରେ ରଖିଥିବା ମହାମାରୀ କରୋନା ଭୂତାଣୁ କିପରି ମଣିଷଙ୍କୁ ବ୍ୟାପିଲା। ଏହାକୁ ରୋକିବା ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) କି ପଦକ୍ଷେପ ନେଇଛି ଏବଂ ଏହାର ଭୂମିକା କ’ଣ ରହିଛି। ବିଶ୍ବର ପ୍ରାୟ ୬୨ ଦେଶ ଏଭଳି ପ୍ରଶ୍ନର ଜବାବ ମାଗୁଛନ୍ତି। ଏବେ ଭାରତ ବି ଏହି ୬୨ ଦେଶ ସହିତ ସାମିଲ ହୋଇଛି। ଏହାର ତଦନ୍ତ ଲାଗି ଦେଶଗୁଡ଼ିକ ଆଣିଥିବା ପ୍ରସ୍ତାବ ଉପରେ ୟୁରୋପୀୟ ସଂଘ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ସ୍ବାକ୍ଷର କରାଯାଇଛି।

ଡବ୍ଲ୍ୟୁଏଚଓର ୭୩ ତମ ବିଶ୍ବ ସ୍ବାସ୍ଥ୍ୟ ସଭା ସୋମବାରଠାରୁ ଆରମ୍ଭ ହେଉଛି। ଏହି ବାର୍ଷିକ ବୈଠକରେ ଉକ୍ତ ପ୍ରସ୍ତାବ ପାରିତ କରିବା ଲାଗି ଯୋଜନା ରହିଛି। ଏହି ପ୍ରସ୍ତାବରେ କରୋନା କିପରି ବ୍ୟାପିଲା ଏବଂ ଏହାକୁ ରୋକିବାରେ ଡବ୍ଲ୍ୟୁଏଚଓର ଭୂମିକା କ’ଣ ରହିଛି ସେ ଦିଗରେ ନିରପେକ୍ଷ, ସ୍ବତନ୍ତ୍ର ଏବଂ ବ୍ୟାପକ ତଦନ୍ତ କରିବା ଲାଗି ଉଲ୍ଲେଖ କରାଯାଇଛି। ଏଥି ସହିତ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବା ପରଠାରୁ ପ୍ରଥମ ଥର ପାଇଁ ଭାରତ ଆନୁଷ୍ଠାନିକ ଭାବରେ ନିଜ ପକ୍ଷ ରଖିଛି। ଗତ ମାର୍ଚ୍ଚରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଡବ୍ଲ୍ୟୁଏଚଓରେ ସଂସ୍କାର, ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ନିଶ୍ଚିତ କରିବା ଭଳି ଅବଶ୍ୟକତାଗୁଡ଼ିକ ଉପରେ ଗୁରୁତ୍ବ ଦେଇଥିଲେ, ସେବେଠାରୁ ଭାରତ କରୋନା ଭୂତାଣର ବିଶ୍ବସ୍ତରୀୟ ଯାଞ୍ଚ ସମର୍ଥରେ ରହିଥିବା ସଙ୍କେତ ମିଳିଥିଲା।

- Advertisement -

ସୂଚନା ଯୋଗ୍ୟ, କରୋନା ଭୂତାଣୁ ବ୍ୟାପିବା ଆରମ୍ଭ ହେବା ଦିନଠାରୁ ଚୀନ ଏହା ସମ୍ପର୍କରେ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। ସେଠାକାର ଡାକ୍ତର ଏବଂ ଅଧିକାରୀମାନେ ବି ତଥ୍ୟ ଲୁଚାଯାଇଥିବା ନେଇ ଖୁଲାସା କରିଥିଲେ। କିନ୍ତୁ ସରକାର ଏହାକୁ ଖଣ୍ଡନ କରିଥିଲେ। କରୋନା ଭୂତାଣୁ ବ୍ୟାପିବାକୁ ନେଇ ଡବ୍ଲ୍ୟୁଏଚଓ ଏବଂ ଏହାର ମହାନିର୍ଦେଶକ ଟେଡ୍ରୋସ ଅଧାନୋମ ଗେବ୍ରେୟସସ ଚୀନକୁ ସମର୍ଥନ କରି କାର୍ଯ୍ୟ କରିଥିବା ଅଭିଯୋଗ କରାଯାଇଥିଲା। କାରଣ ଇଥିଓପିଆର ପୂର୍ବତନ ମନ୍ତ୍ରୀ ୨୦୧୭ରେ ଚୀନ ସମର୍ଥନରେ ହିଁ ଡବ୍ଲ୍ୟୁଏଚଓ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଥିଲେ। ତେଣୁ ଡବ୍ଲ୍ୟୁଏଚଓ ଚୀନକୁ ସୁହାଇଲା ଭଳି ପଦକ୍ଷେପ ନେବା ସହିତ କରୋନା ସମ୍ପର୍କରେ ଅନେକ ତଥ୍ୟ ଲୁଚାଇଥିବା ଏବଂ ଏହାଦ୍ବାରା ଭୂତାଣୁ ସାରା ବିଶ୍ବକୁ ବ୍ୟାପିଥିବା ଆମେରିକା ସମେତ ଅନେକ ଦେଶ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories