www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ମହାମାରୀ ସମୟରେ ଭୁବନେଶ୍ୱର ଏମ୍ସର ଅବିରତ ସ୍ୱାସ୍ଥ୍ୟସେବା

-୨୦ଟି ଆଇସିୟୁ ସହିତ ୧୮୨ ଶଯ୍ୟାବିଶିଷ୍ଟ ପୃଥକ ଆଇସିୟୁ ୱାର୍ଡ, – ନୂଆ କୋଭିଡ-୧୯ କେନ୍ଦ୍ର ପାଇଁ ଅନୁମତି ପ୍ରଦାନ ଦାୟିତ୍ୱ ନିର୍ବାହ
-ନମୁନା ପରୀକ୍ଷା ପାଇଁ ଅନୁମତି ଓ ପ୍ରଶିକ୍ଷଣ ଦେଉଛି ଏମ୍ସ, -ଆରଟି-ପିସିଆର ପଦ୍ଧତିରେ ଏବେସୁଦ୍ଧା ୪୨୬୭ ନମୁନା ପରୀକ୍ଷା
-ଲକଡାଉନ ସମୟରେ ୨୯,୫୪୩ ରୋଗୀଙ୍କୁ ଜରୁରି ଚିକିତ୍ସା, -୬ହଜାର ରୋଗୀଙ୍କୁ ଟେଲି ମେଡ଼ିସିନ ଜରିଆରେ ଚିକିତ୍ସା ପରାମର୍ଶ
-ବୈଦେଶିକ ମନ୍ତ୍ରଣାଳୟ ସହଯୋଗରେ ବାଂଲାଦେଶ ଓ ନାମିବିୟାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୋଭିଡ-୧୯ ମୁକାବିଲା ପାଇଁ ପ୍ରଶିକ୍ଷଣ
-ମହାମାରୀ ମୁକାବିଲା ପାଇଁ ତିନି ଜିଲ୍ଲାକୁ ଡାକ୍ତରୀ ଦଳ ପ୍ରେରଣ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀ ସମୟରେ ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରାଯାଇ କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଆସୁଛି । ଏହାବ୍ୟତୀତ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ଏହି ଜାତୀୟସ୍ତରର ପ୍ରତିଷ୍ଠାନ ପକ୍ଷରୁ ଟେଲି ମେଡ଼ିସିନ ସେବା, ଆପାତକାଳୀନ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।

- Advertisement -

ଏମ୍ସ ପକ୍ଷରୁ ମାର୍ଚ୍ଚ ୧୭ ତାରିଖରେ କୋଭିଡ-୧୯ ସ୍କ୍ରିନିଂ ବହିର୍ବିଭାଗ (ଓପିଡି) ଆରମ୍ଭ କରାଯାଇଥିଲା ଏବଂ ବର୍ତମାନ ସୁଦ୍ଧା ଏଠାରେ ୨୦୫୨ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏଠାରେ ୧୮୨ଟି ଶଯ୍ୟା ଏବଂ ୨୦ଟି ଆଇସିୟୁ ସହିତ ଏକ ପୃଥକ କୋଭିଡ-୧୯ ଚିକିତ୍ସା ବ୍ଲକ ସ୍ଥାପନ କରାଯାଇଛି । ବର୍ତମାନସୁଦ୍ଧା ଗୁରୁତର ଶ୍ୱାସକ୍ରିୟାଜନିତ ସଂକ୍ରମଣ ଥିବା ୩୧୦ ଜଣ ସନ୍ଦିଗ୍ଧ କୋଭିଡ ରୋଗୀ ଏଠାରେ ଭର୍ତି ହୋଇଛନ୍ତି, ଏମାନଙ୍କ ମଧ୍ୟରୁ ୩୦୪ ଜଣଙ୍କର ନମୁନା ନେଗେଟିଭ ଆସିଛି । ଦୁଇ ଜଣ କରୋନା ସଂକ୍ରମିତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ତେବେ ପୂର୍ବରୁ ଏକାଧିକ ରୋଗରେ ପୀଡ଼ିତ ଥିବା ଜଣେ କୋଭିଡ ରୋଗୀଙ୍କର ପ୍ରାଣହାନି ଘଟିଛି ।

ବର୍ତ୍ତମାନ ଓଡ଼ିଶା ସରକାରଙ୍କ ସମର୍ପିତ କୋଭିଡ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଅଧିକ ହେଲେ ସେମାନଙ୍କର ଚିକିତ୍ସା ପାଇଁ ଏମ୍ସର କୋଭିଡ ବ୍ଲକ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ  ହୋଇ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗରେ ନୂଆ କୋଭିଡ-୧୯ କେନ୍ଦ୍ର ଖୋଲିବା ପାଇଁ ଅନୁମତି ଦେବାର ଦାୟିତ୍ୱ ଭାରତ ସରକାରଙ୍କ ଅଧୀନ ଆଇସିଏମଆର ପକ୍ଷରୁ ଭୁବନେଶ୍ୱର ଏମ୍ସକୁ ଦିଆଯାଇଛି । ଆଇସିଏମଆରର ଗାଇଡଲାଇନ ଅନୁଯାୟୀ ବୁର୍ଲାସ୍ଥିତ ଭିମସାର, ଭୁବନେଶ୍ୱରର ସମ୍ ହସ୍ପିଟାଲକୁ କୋଭିଡ ପରୀକ୍ଷା ପାଇଁ ଆବଶ୍ୟକ ପ୍ରଶିକ୍ଷଣ, ଅନୁମତି ଏବଂ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ କରିବାର ଅନୁମତି ପ୍ରଦାନ କରାଯାଇଛି । ଏହାଛଡ଼ା ରାଜ୍ୟର ୪ଟି ସରକାରୀ ଓ ଗୋଟିଏ ଘରୋଇ ଡାକ୍ତରଖାନା, ବ୍ରହ୍ମପୁରସ୍ଥିତ ଆଇଜର ଏବଂ କଟକ ଏଡିଆରଆଇକୁ କୋଭିଡ ପରୀକ୍ଷା ପାଇଁ ଅନୁମତି ଦେବାର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି । ଏମ୍ସ ଭୁବନେଶ୍ୱର ପକ୍ଷରୁ ପଶ୍ଚିମବଙ୍ଗର ଗୋଟିଏ ଘରୋଇ ମେଡ଼ିକାଲ କଲେଜକୁ କୋଭିଡ-୧୯ ପରୀକ୍ଷା ପାଇଁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ ୮ଟି ମେଡ଼ିକାଲ କଲେଜକୁ ଅନୁମତି ଦେବାର ପ୍ରକ୍ରିୟା ଜାରି ରହିଛି । ଓଡ଼ିଶାର ୫ଟି ମେଡ଼ିକାଲ କଲେଜର ଡାକ୍ତର ଓ ଟେକ୍ନିସିଆନ ମାନଙ୍କୁ କୋଭିଡ-୧୯ ପରୀକ୍ଷା ପାଇଁ ଏମ୍ସ ପକ୍ଷରୁ ଆବଶ୍ୟକ ତାଲିମ ଦିଆଯାଇଛି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଶାଇ ୨୭ ଜଣ ତାଲିମ ନେଇଛନ୍ତି । ଆରଟି-ପିସିଆର ପଦ୍ଧତିରେ ଭୁବନେଶ୍ୱର ଏମ୍ସରେ ୪୨୬୭ ନମୁନା ପରୀକ୍ଷା କରାଯାଇସାରିଲାଣି । ଏଥିମଧ୍ୟରୁ ୧୭ଟି ପଜିଟିଭ ବାହାରିଛି । ଆଇସିଏମଆର ନିୟମ ଅନୁଯାୟୀ, ପ୍ରଫେସର ବୈଜୟନ୍ତୀମାଳା ମିଶ୍ରଙ୍କ ନେତୃତ୍ୱରେ ମାଇକ୍ରୋବାୟୋଲୋଜି ବିଭାଗ ପକ୍ଷରୁ ନମୁନା ପରୀକ୍ଷା ଓ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି।

ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ୨୫ ମାର୍ଚ୍ଚ ପରଠାରୁ ସମସ୍ତ ସାଧାରଣ ଓପିଡି ଓ ଇଚ୍ଛାଧୀନ ଅସ୍ତ୍ରୋପଚାର ସେବାକୁ ବନ୍ଦ ରଖାଯାଇଛି । ତେବେ ଜରୁରିକାଳୀନ ଓପିଡି ଓ ଅସ୍ତ୍ରୋପଚାର ସେବା ଚାଲୁ ରହିଛି । ବର୍ତମାନ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ମେ ୪ ତାରିଖ ଠାରୁ ଓପିଡି ସେବା ଆରମ୍ଭ କରାଯାଇଛି। ଲକଡାଉନ ଅବଧି ମାର୍ଚ୍ଚ ୨୫ ତାରିଖରୁ ମେ ୩ ତାରିଖ ମଧ୍ୟରେ ୨୨,୨୩୧ ଜରୁରି ଓପିଡି ସେବା, ୩୩୧୯ ଆପାତକାଳୀନ ସେବା, ୮୩୬ ଜରୁରିକାଳୀନ ଗୁରୁତର ଅସ୍ତ୍ରୋପଚାର, ୨୦୭୧ ଜରୁରି ଆଇପିଡି ଆଡମିଶନ, ୧୮୩୨ କୋଭିଡ-୧୯ ସ୍କ୍ରିନିଂ କ୍ଲିନିକ ସେବା ଯୋଗାଇ ଦିଆଯାଇଛି । ଏହାପରେ ମେ ୪ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ସମସ୍ତ ପ୍ରକାରର ସେବା ଆରମ୍ଭ ହୋଇଯାଇଛି। ମେ ୧୫ ସୁଦ୍ଧା ଏମ୍ସ ପକ୍ଷରୁ ୨୯,୫୪୩ ଜଣ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।

ଏହାଛଡ଼ା ୧୧ଟି ବିଶେଷଜ୍ଞ ଚିକିତ୍ସା ସେବା ବିଭାଗ ଯଥା ଭେଷଜ, ଶଲ୍ୟ ଚିକିତ୍ସା, ସ୍ତ୍ରୀ ଓ ପ୍ରସୂତୀ, ଶିଶୁରୋଗ, ଅସ୍ଥିଶଲ୍ୟ, ଶ୍ୱାସରୋଗ, ମୂତ୍ରରୋଗ ଚିକିତ୍ସା, ୟୁରୋଲୋଜି, ମାନସିକ ରୋଗ, ହୃଦରୋଗ, କର୍ଣ୍ଣ ନାସା ଓ ଗଳା ଏବଂ ଚର୍ମରୋଗ ଆଦିରେ ଟେଲି ମେଡ଼ିସିନ ସେବା ଯୋଗାଇ ଦିଆଯାଇଛି। ସୋମବାରରୁ ଶନିବାର (ଛୁଟିଦିନକୁ ଛାଡ଼ି) ସକାଳ ୯ଟା ଠାରୁ ଦିନ ୧ଟା ମଧ୍ୟରେ ହ୍ୱାଟ୍ସଆପ ଭଏସ ଓ ଭିଡିଓ କଲ ମାଧ୍ୟମରେ ରୋଗୀମାନେ ଡାକ୍ତରୀ ପରାମର୍ଶ ପାଇପାରୁଛନ୍ତି। ୧୫ ତାରିଖ ସୁଦ୍ଧା ୬ହଜାରରୁ ଊର୍ଦ୍ଧ୍ବ ରୋଗୀ ଏହି ସୁବିଧାର ଲାଭ ନେଇସାରିଛନ୍ତି।

ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ଆଇଟିଇସି କାର୍ଯ୍ୟକ୍ରମ ଅଧୀନରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ବାଂଲାଦେଶ ଓ ନାମିବିୟାର ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୋଭିଡ-୧୯ ମୁକାବିଲା ପାଇଁ ପ୍ରଶିକ୍ଷଣ ଦିଆଯାଇଛି। ଏହାଛଡ଼ା ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ସରକାରଙ୍କ ସହିତ ପରାମର୍ଶ କରି ବାଲେଶ୍ୱର, ଭଦ୍ରକ ଓ ବଲାଙ୍ଗିରକୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ପଠାଯାଇଛି । ଏହି ଦଳ ସେଠାରେ ମହାମାରୀ ମୁକାବିଲା ଆବଶ୍ୟକତା ପୂରଣ କରିବ। ଭୁବନେଶ୍ୱର ଏମ୍ସ ପକ୍ଷରୁ ନିଜସ୍ୱ ଉଦ୍ୟମରେ ମୁହଁ ସୁରକ୍ଷା କବଚ ଓ ହ୍ୟାଣ୍ଡ ରବ ପ୍ରସ୍ତୁତ କରାଯାଇଛି। ଏହାଛଡ଼ା ଆଇଏମଏମଟି ସହଯୋଗରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ସେନ୍ସର ଆଧାରିତ ହ୍ୟାଣ୍ଡ ସାନିଟାଇଜର, ଇଣ୍ଟ୍ୟୁ ବେସନ ହୁଡ ଏବଂ ପେଡାଲ ଟାଇପ ହାତଧୁଆ କିଓସ୍କ ବ୍ୟବସ୍ଥା କରାଯାଇଛି। ଏମ୍ସ ପକ୍ଷରୁ ସଚେତନତା ପୋଷ୍ଟର ଓ ଭିଡିଓ ପ୍ରସ୍ତୁତ କରାଯାଇ କୋଭିଡ-୧୯ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଛି। ଏହାଛଡ଼ା ଏମ୍ସର ଡାକ୍ତରମାନେ ବିଭିନ୍ନ ଟିଭି କାର୍ଯ୍ୟକ୍ରମରେ ଯୋଗ ଦେଇ କୋଭିଡ-୧୯ ମୁକାବିଲା ସମ୍ପର୍କରେ ସେମାନଙ୍କର ମତ ରଖିଛନ୍ତି । ଏହାଛଡ଼ା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହିତ ମିଶି ରୋଗୀଙ୍କୁ ମଧ୍ୟ ଫଳ ବଣ୍ଟନ କରାଯାଇଛି ।

(ସୌଜନ୍ୟ : ପିଆଇବି) ସଂଯୋଜନା ଏବଂ ଉପସ୍ଥାପନା – ଅମୂଲ୍ୟ କୁମାର ହୋତା

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories