www.samajalive.in
Sunday, December 14, 2025
16.1 C
Bhubaneswar

ହ୍ୱାଟ୍ସଆପ୍‌ ଆଣିଛି ୨ଟି ଜବରଦସ୍ତ ନୂଆ ଫିଚର୍‌; ଏଣିକି ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ସହ ମିଳିବ ଏସବୁ ସୁବିଧା..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ଆଣିଛି ଆଉ ୨ଟି ନୂଆ ଫିଚର୍‌ । ଏହି ୨ ଆକର୍ଷଣୀୟ ଫିଚର୍‌ ହ୍ୱାଟ୍ସଆପ୍‌ ଭିଡିଓ କଲିଙ୍ଗ୍‌ ପାଇଁ । ଏହାଦ୍ୱାରା ଆଗାମୀ ଦିନରେ ହ୍ୱାଟ୍ସଆପ୍‌ରୁ ଭିଡିଓ କଲିଙ୍ଗ୍‌ର ମଜା ଦ୍ୱିଗୁଣିତ ହୋଇଯିବ । ଏହି ଫିଚର୍‌ରେ ଭିଡିଓ କଲିଙ୍ଗ୍‌ର ଅନୁଭବକୁ ଭିନ୍ନ ଅନୁଭୂତି ପ୍ରଦାନ କରିବ । ହ୍ୱାଟ୍ସଆପ୍‌ ଭିଡିଓ କଲିଙ୍ଗ୍‌ ଫିଚର୍‌ରେ ଆପଣଙ୍କୁ ଫିଲ୍ଟର ଓ ବ୍ୟାକ୍‌ଗ୍ରାଉଣ୍ଡ ବଦଳାଇବାକୁ ବିକଳ୍ପ ମିଳିବ ।
ଉପଭୋକ୍ତା ନିଜର ଗୋପନୀୟତା ଓ ଭିଡିଓ କଲିଙ୍ଗ୍‌କୁ ଅଧିକ କ୍ରିଏଟିଭ୍‌ କରି ପାରିବେ । ଏଥିପାଇଁ ଭିଡିଓ କଲିଙ୍ଗ୍‌ ଦ୍ୱାରା ବ୍ୟାକ୍‌ଗ୍ରାଉଣ୍ଡ୍‌ ବଦଳାଇବା ସହ ଫିଲ୍ଟରକୁ ଯୋଡିବାର ବିକଳ୍ପ ମଧ୍ୟ ମିଳିବ । ଏନେଇ ହ୍ୱାଟ୍ସଆପ୍‌ ପକ୍ଷରୁ ସୂଚନା ଦିଆଯାଇଛି । ହ୍ୱାଟ୍ସଆପ୍‌ ପକ୍ଷରୁ ରଙ୍ଗବେରଙ୍ଗର ଫିଲ୍ଟର ଦିଆଯିବ । ଏଥିରେ କଫି ସପ୍‌ ଠାରୁ ଆରମ୍ଭ କରି ଲିଭିଙ୍ଗ୍‌ ରୁମ୍‌ର ଫିଲ୍ଟର ମଧ୍ୟ ଚୟନ କରି ପାରିବେ ।

ଏଥର ମହାଅଷ୍ଟମୀରେ ଦୁର୍ଲ୍ଲଭ ସଂଯୋଗ;  ମା’ଦୁର୍ଗାଙ୍କ କୃପାରୁ ଏହି ରାଶି ହେବେ ଭାଗ୍ୟଶାଳୀ..

- Advertisement -

ହ୍ୱାଟ୍ସଆପ୍‌ ପକ୍ଷରୁ ୧୦ ଫିଲ୍ଟର ଓ ୧୦ ବ୍ୟାକ୍‌ଗ୍ରାଉଣ୍ଡ ଦିଆଯାଉଛି । ଉପଭୋକ୍ତା ନିଜ ରୁଚି ଅନୁସାରେ ବ୍ୟାକ୍‌ଗ୍ରାଉଣ୍ଡ ବଦଳାଇବା ଠାରୁ ଆରମ୍ଭ କରି ଫିଲ୍ଟର ଲଗାଇପାରିବେ । ଏହି ଫିଲ୍ଟର ମଧ୍ୟରେ ୱାର୍ମ, କୁଲ୍‌, ବ୍ଲାକ୍‌ ଏବଂ ହ୍ୱାଇଟ୍‌ ଆଦି ଅନ୍ତର୍ଭୁକ୍ତ ।
ସେହିପରି ବ୍ୟାକ୍‌ଗ୍ରାଉଣ୍ଡରେ ଲିଭିଙ୍ଗ୍‌ ରୁମ୍‌, ଅଫିସ, କାଫେ, ସମୁଦ୍ର ଉପକୂଳ, ସୂର୍ଯ୍ୟାସ୍ତ ଆଦି ରହିଛି । ଏବେ ହ୍ୱାଟ୍ସଆପ୍‌ରେ ଭିଡିଓ କଲିଙ୍ଗ୍‌ ଆହୁରି ରୋମାଞ୍ଚକର ଓ ଜୀବନ୍ତ କରିବ ।

କେମିତି କରିବେ ବ୍ୟବହାର..
ଭିଡିଓ କଲିଙ୍ଗ୍‌ କରିବା ସମୟରେ ବ୍ୟାକ୍‌ଗ୍ରାଉଣ୍ଡ ଓ ଫିଲ୍ଟର ଚୟନ କରିବା ପାଇଁ ଆପଣଙ୍କୁ ସ୍କ୍ରିନ୍‌ରେ ଶୀର୍ଷର ଡାହାଣ କଡରେ କ୍ଲିକ୍‌ କରିବାକୁ ପଡିବ । ଏହାପରେ ଆପଣ ବ୍ୟାକ୍‌ଗ୍ରାଉଣ୍ଡ ଓ ଫିଲ୍ଟରକୁ ଚୟନ କରି ପାରିବେ । ସେହି ସମୟରେ ବ୍ୟାକ୍‌ଗ୍ରାଉଣ୍ଡ ପରିବର୍ତ୍ତନ ପାଇଁ ମଧ୍ୟ ବିକଳ୍ପ ଆସିବ ।

ଏହି ଫିଚର୍‌ ଆଗାମୀ ଦିନରେ ଅଧିକରୁ ଅଧିକ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନୀ ଏହାକୁ ପର୍ଯ୍ୟାୟ କ୍ରମେ ଆରମ୍ଭ କରୁଛି । ଏହି ଫିଚର୍‌ର ଲାଭ ପାଇବାକୁ ଆପଣଙ୍କୁ ପ୍ରଥମେ ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ପଡିବ । ଏହାପରେ ନୂଆ ଫିଚର୍‌ର ଲାଭ ଉଠାଇପାରିବେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories