www.samajalive.in
Saturday, December 6, 2025
15.1 C
Bhubaneswar

ହ୍ବାଟ୍ସଆପ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ୬୬ ଲକ୍ଷରୁ ଊର୍ଦ୍ଧ୍ବ ଭାରତୀୟ ଆକାଉଣ୍ଟ ବ୍ୟାନ୍‌

ସମାଜ ଡିଜିଟାଲ ଡେସ୍କ: ସୁରକ୍ଷାକୁ ଦୃଷ୍ଟିରେ ରଖି ହ୍ବାଟ୍ସଆପ୍ ପକ୍ଷରୁ ସମୟ ସମୟରେ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏବେ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ପ୍ରାୟ ୬୬ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍‌ କରିଛି ହ୍ବାଟ୍ସଆପ୍। ବିଶେଷ କଥା ହେଉଛି ଏହି ସମସ୍ତ ଆକାଉଣ୍ଟ ଉପରେ ମେ’ ମାସରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମୁଦାୟ ୬୬,୨୦,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ଏବଂ ଏଥି ମଧ୍ୟରୁ ୧୨,୫୫,୦୦୦ ଆକାଉଣ୍ଟକୁ ବ୍ଲକ୍‌ କରାଯାଇଛି।

ଭାରତ ସରକାରଙ୍କ ଆଇଟି ନିୟମ ଅନୁଯାୟୀ, କମ୍ପାନୀଗୁଡ଼ିକୁ ପ୍ରତି ମାସରେ ସେମାନଙ୍କ ରିପୋର୍ଟ ଦାଖଲ କରିବାକୁ ପଡ଼ିଥାଏ। ଏଥିରେ କମ୍ପାନୀର ସମସ୍ତ ପ୍ରକାର ତଥ୍ୟ ଉପସ୍ଥାପନ କରାଯାଇଥାଏ। ଏଥିରେ ହ୍ବାଟ୍ସଆପ୍ ପକ୍ଷରୁ କୁହାଯାଇଛି ଯେ, ସେମାନେ ଅନେକ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ସେଗୁଡ଼ିକୁ ବ୍ୟାନ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କୁହାଯାଇଛି ଯେ, ସେମାନଙ୍କୁ ୧୩ ହଜାରରୁ ଅଧିକ ଅଭିଯୋଗ ମିଳିଥିଲା, କିନ୍ତୁ ମାତ୍ର ୩୧ଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି

- Advertisement -

ଭାରତରେ ୫୫୦ ମିଲିୟନରୁ ଅଧିକ ହ୍ବାଟ୍ସଆପ୍‌ ବ୍ୟବହାରକାରୀ ଅଛନ୍ତି। ଯଦି ହ୍ବାଟ୍ସଆପ୍‌ କୌଣସି ଆକାଉଣ୍ଟ ବିଷୟରେ ଅଭିଯୋଗ ପାଏ, ତେବେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ତେବେ ଏହା ବାଧ୍ୟତାମୂଳକ ନୁହେଁ ଯେ ହ୍ବାଟ୍ସଆପ୍‌ କାର୍ଯ୍ୟାନୁଷ୍ଠାନ ସ୍ଵରୂପ କେବଳ ଆକାଉଣ୍ଟ ବ୍ୟାନ୍ କରିବ। ଏଥିରେ ଆକାଉଣ୍ଟ ଉପରେ ବିଭିନ୍ନ ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏଭଳି କାର୍ଯ୍ୟାନୁଷ୍ଠାନ ଏପ୍ରିଲ ମାସରେ ଗ୍ରହଣ କରାଯାଇଥିଲା, ଯେଉଁଥିରେ ୭୧ ଲକ୍ଷ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories