ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି
ମୁମ୍ବଇ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା(ଏନବିଡବ୍ଲ୍ୟୁ) ଜାରି ହୋଇଛି। ବିଜୟ ମାଲ୍ୟାଙ୍କ ବିରୋଧରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ସହ ଜଡ଼ିତ ୧୮୦ କୋଟି ଟଙ୍କାର ଋଣ ପରିଶୋଧ ନ କରିବା ମାମଲାରେ ମୁମ୍ବଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ଜାମିନବିହୀନ ପରଓ୍ବାନା ଜାରି କରିଛନ୍ତି। ଜୁନ୍ ୨୯ରେ କୋର୍ଟ ମାଲ୍ୟାଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ, କିନ୍ତୁ ସୋମବାର ଏହାର ଆଦେଶ ଉପଲବ୍ଧ ହେଲା।
Copy and paste this URL into your WordPress site to embed
Copy and paste this code into your site to embed