ହ୍ୱାଟ୍ସ ଆପ୍‍ରେ ପ୍ରେରିତ ଲିଗାଲ ନୋଟିସ୍‍ ବୈଧ

0

ମୁମ୍ବଇ: ହ୍ୱାଟ୍ସ ଆପ୍‍ ଯୋଗେ ପ୍ରେରିତ ବା ଗୃହୀତ ହେଉଥିବା ‘ଲିଗାଲ ନୋଟିସ୍‍’ ଆଇନସିଦ୍ଧ ଓ ବୈଧ। ଏହାକୁ ପ୍ରମାଣ ସ୍ୱରୂପ ଅଦାଲତରେ ଦାଖଲ କରାଯାଇପାରିବ। ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ଶୁକ୍ରବାର ହାଇକୋର୍ଟ ଏସ୍‍ବିଆଇ କାର୍ଡ୍ସ ଏଣ୍ଡ ପେମେଣ୍ଟ ସର୍ଭିସେସ୍‍ ସଂସ୍ଥା ପକ୍ଷରୁ ରୋହିତ ଯାଦବ ନାମକ ବ୍ୟକ୍ତିଙ୍କ ବିରୋଧରେ ଆଗତ ଏକ ମାମଲାର ଶୁଣାଣିବେଳେ କହିଛନ୍ତି ଯେ ଅନ୍‍ଲାଇନ୍‍ ବାର୍ତ୍ତା ବ୍ୟବସ୍ଥା ହ୍ୱାଟ୍ସ ଆପ୍‍ ଯୋଗେ ପଠାଯାଉଥିବା, ଗ୍ରହଣ କରାଯାଉଥିବା କିମ୍ବା ଖୋଲା ଯାଉଥିବା ଆଇନଗତ ନୋଟିସ ଅଦାଲତ ଦ୍ୱାରା ଗ୍ରହଣୀୟ ହୋଇପାରିବ। ବିଚାରପତି ଗୌତମ ପଟେଲ ଏହି ରାୟ ପ୍ରଦାନ କରିଛନ୍ତି। ରୋହିତ ଯାଦବ ଉପରୋକ୍ତ ସଂସ୍ଥା ପକ୍ଷରୁ ହ୍ୱାଟ୍ସ ଆପ୍‍ରେ ପ୍ରେରିତ ପୋର୍ଟେବୁଲ୍‍ ଡକ୍ୟୁମେଣ୍ଟ ଫର୍ମାଟ(ପିଡିଏଫ) ନୋଟିସ୍‍କୁ ଅଗ୍ରାହ୍ୟ କରିବାରେ ସଂସ୍ଥା ଅଦାଲତର ଆଶ୍ରୟ ନେଇଥିଲା।

Leave A Reply