www.samajalive.in
Saturday, December 6, 2025
14.1 C
Bhubaneswar

ଆଜି ନୂଆଁଖାଇ : ଭକ୍ତଙ୍କୁ ମନ୍ଦିର ମନା, ଅନ୍‌ଲାଇନ୍‌ରେ ଦର୍ଶନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି ପର୍ବ ପାଞ୍ଜି ଅନୁସାରେ ଭାଦ୍ରକ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ(ଗଶେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ ।

ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ମହାସଭାରେ ଧାର୍ଯ୍ୟ ବିଶୁଦ୍ଧ ତୁଳା ଲଗ୍ନରେ ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ। ପୀଠ ପରିସରରେ ଥିବା ୧୧୫ ପାର୍ଶ୍ବ ଦେବଦେବୀଙ୍କୁ ପୂଜକମାନେ ନବାନ୍ନ ଲାଗି କରିବେ। ଏହାପରେ ଲୋକେ ନିଜ ନିଜ ଘରେ ନୂଆ ଖାଇବେ। ପ୍ରତିବର୍ଷ ନୂଆଁ ଲାଗି ହେବା ପରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସମ୍ବଲପୁର ତଥା ଆଖପାଖ ଅଞ୍ଚଳରୁ ଆସି ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥାନ୍ତି। ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ବନ୍ଦ ରହିଥିବାରୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ମାଁ ସମଲେଶ୍ୱରୀଙ୍କ ଅନ୍‌ଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି।

- Advertisement -

ଦେବୀଙ୍କଠାରେ ନବାନ୍ନ ଲାଗି ଓ ରୁଦ୍ଧଦ୍ୱାର ପୂଜା ବ୍ୟତୀତ ଅନ୍ୟ ସମସ୍ତ କାର୍ୟ୍ୟକ୍ରମ ରବିବାର ପୂର୍ବାହ୍ନ ୯ଟା ୧୫ ମିନିଟରୁ ଫେସବୁକ୍‌ରେ ଲାଇଭ୍‌ ପ୍ରସାରଣ ବ୍ୟବସ୍ଥା କରାଯାଇଥିବା ମା’ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ କୁମାର ବାବୁ କହିଛନ୍ତି। ସକାଳ ୯ଟା ୧୫ ମିନିଟ ସମୟରେ ଚାରିଜଣ ପୂଜକଙ୍କ ଘରୁ ଭୋଗ ମନ୍ଦିରକୁ ଯିବ ଓ ନିର୍ଦ୍ଧାରିତ ସମୟରେ ଭୋଗ ଲାଗି ହେବାପରେ ଚତୁଃପାର୍ଶ୍ବରେ ଥିବା ଦେବଦେବୀଙ୍କଠାରେ ନବାନ୍ନ ଲାଗିର ସିଧା ପ୍ରସାରଣ କରାଯିବ। ଭକ୍ତମାନଙ୍କ ସକାଶେ ମହାଆଳତୀ ଓ ମାଁଙ୍କ ଦର୍ଶନ ଅନ୍‌ଲାଇନରେ ଦିନ ପ୍ରାୟ ସାଢ଼େ ୧୧ଟା ପର୍ୟ୍ୟନ୍ତ ଉପଲବ୍ଧ ହେବ। ଏହାପରେ ମାଁଙ୍କ ଦର୍ଶନ କରିବାକୁ ଚାହୁଁଥିବା ଭକ୍ତ ଟ୍ରଷ୍ଟବୋର୍ଡର ଫେସବୁକ୍‌ର ‘ସମଲେଶ୍ବରୀ ଟେମ୍ପଲ ଟ୍ରଷ୍ଟ ବୋର୍ଡ’ ପେଜ୍‌ରେ ଭିଡିଓ ଦେଖିପାରିବେ ବୋଲି ଶ୍ରୀ ବାବୁ କହିଛନ୍ତି। ଚଳିତବର୍ଷ କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଦେବୀଙ୍କ ନବାନ୍ନ ଭୋଗ ବଣ୍ଟନ କରାନଯିବାକୁ ନିଷ୍ପତି ହୋଇଛି। ସଂପ୍ରତି ସମଲେଶ୍ୱରୀ ମନ୍ଦିର ବନ୍ଦ ରହିଥିଲେ ହେଁ ନୂଆଁଖାଇ ସକାଶେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବାବେଳେ ସମସ୍ତ ନୀତିନିର୍ଘଣ୍ଟ ପାଳନ କରାଯିବ ବୋଲି ଜଣାପଡ଼ିଛି।

କରୋନା କଟକଣା ଯୋଗୁଁ ବିଭିନ୍ନ ଜିଲାରେ ସୀମିତ ସମୟ ପାଇଁ ଦୋକାନ ବଜାର ଖୋଲା ରହୁଛି। ସେଥିପାଇଁ ଶନିବାର ସକାଳୁ ଦୋକାନବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ନୂଆଁଖାଇରେ ସ୍ୱତନ୍ତ୍ର ଭାବେ ଆବଶ୍ୟକ ହେଉଥିବା ସାରୁ ଓ ସାରୁପତ୍ର, ବିଭିନ୍ନ ପତ୍ରର ଦନା, ସୂତାର ରାକ୍ଷୀ, ମାଟିର ପାତ୍ର ଆଦିର ବେଶ ଚାହିଦା ଦେଖିବାକୁ ମିଳିଥିଲା। କରୋନା କଟକଣା ଯୋଗୁଁ ଜୁହାର ସମାବେଶ ଆଦି ବନ୍ଦ ରହିଥିବାରୁ ପଶ୍ଚିମ ଓଡ଼ିଶାର କଳାକାରମାନେ ଭର୍ଚୁଆଲ ଭାବେ ଅନ୍‌ଲାଇନ୍‌ରେ ସାଂସ୍କୃତିକ କାର୍ୟ୍ୟକ୍ରମ ତଥା କବିତା ପାଠୋତ୍ସବ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି। ତେବେ, କରୋନା ଯୋଗୁଁ ସମଗ୍ର ପଶ୍ଚିମ ଓଡ଼ିଶାରେ ଗଣପର୍ବ ନୂଆଁଖାଇ ଫିକା ପଡ଼ି ଯାଇଥିବା ଦେଖାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories