www.samajalive.in
Saturday, December 6, 2025
16.1 C
Bhubaneswar

ବାବରୀ ମସ୍‌ଜିଦ ମାମଲା ବିଚାର ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦେଶ

ନୂଆଦିଲ୍ଳୀ : ବାବରୀ ମସ୍‌ଜିଦ ଭଙ୍ଗା ମାମଲାର ବିଚାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ଶନିବାର ନିଷ୍ପତ୍ତି ନେଇଛନ୍ତି। ବିଚାରପତି ଆର.ଏଫ୍‌ ନରିମାନଙ୍କ ନେତୃତ୍ବରେ ଗଠିତ ପୀଠ ଏଥିପାଇଁ ସାନି କଣ୍ଟ ଧାର୍ଯ୍ୟ କରିଛନ୍ତି। ମାମଲାର ବିଚାର କରୁଥିବା ସିବିଆଇ ଅଦାଲତର ସ୍ବତନ୍ତ୍ର ବିଚାରପତି ସୁରେନ୍ଦ୍ର କୁମାର ଯାଦବଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ଶୁଣାଣି ଶେଷ ସହିତ ରାୟ ଘୋଷଣା କରିବାକୁ ପୀଠ ନିର୍ଦେଶ ଦେଇଛନ୍ତି।

ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡୱାଣୀ, ମୁରଲୀ ମନୋହର ଜୋଷୀ ଓ ଉମା ଭାରତୀ ଆପରାଧିକ ଅଭିଯୋଗର ସାମ୍ନା କରୁଛନ୍ତି। ମାମଲାର ବିଚାର ଅବଧି ବୃଦ୍ଧି ସହ ପୂର୍ବରୁ ଧାର୍ଯ୍ୟ କଣ୍ଟର ସମୟ ସୀମା ବୃଦ୍ଧି ପାଇଁ ଅଯୋଧ୍ୟାର ସ୍ବତନ୍ତ୍ର ବିଚାରପତି ପୀଠକୁ ଆବେଦନ କରିଥିଲେ। ପୂର୍ବରୁ ଏହ‌ି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ରହିଥିଲା। ଗତ ମାସରେ ଭିହିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉପରୋକ୍ତ ତିନି ନେତା ଶୁଣାଣିର ସମ୍ମୁଖୀନ ହୋଇଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories