www.samajalive.in
Saturday, December 6, 2025
26.1 C
Bhubaneswar

ଗଭୀର ସମୁଦ୍ର ମଧ୍ୟରେ ଫସିଛି ପଶ୍ଚିମବଙ୍ଗର ୪୩ଟି ବୋଟ

ଭୁବନେଶ୍ବର: ପଶ୍ଚିମବଙ୍ଗର କଣ୍ଟାଇରୁ ଆସିଥିବା ୫୦ଟି ମତ୍ସ୍ୟଜୀବୀ ବୋଟ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ବେଳେ ୭ଟି ଓଡିଶାରେ ପହଞ୍ଚିଛି। ଭଦ୍ରକ ଜିଲା ଧାମରାରେ ଏହି ବୋଟ୍‌ ଲାଗିଥିବା ବେଳେ ଆହୁରି ୪୩ଟି ବୋଟ ସମୁଦ୍ର ମଧ୍ୟରେ ଫସି ରହିଥିବା ଜଣାପଡିଛି। ଗଭୀର ସମୁଦ୍ରରେ ଫସି ରହିଥିବା ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଛନ୍ତି। ସମସ୍ତ ସାହାଯ୍ୟ ସହଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବୁଲବୁଲ’ ଯୋଗୁ ପଶ୍ଚିମବଙ୍ଗର କଣ୍ଟାଇକୁ ମତ୍ସ୍ୟଜୀବୀମାନେ ଫେରିବା ସମ୍ଭବ ନୁହେଁ। ତେଣୁ ସେମାନଙ୍କୁ ଓଡିଶାର ଧାମରା କୂଳକୁ ଆସିବାକୁ ସତର୍କ କରାଯାଉଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories