www.samajalive.in
Saturday, December 6, 2025
19.1 C
Bhubaneswar

ଜିଓ ଟାୱାର ବସାଇବା ଆଳରେ ଠକେଇ; ୫ ଗିରଫ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜିଓ ଟାୱାର ବସାଇବା ବାହାନାରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ୫ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୫୭ ହଜାର ଟଙ୍କା ସମେତ ୭ଟି ଲାପଟପ୍, ୧୬ଟି ହାର୍ଡ ଡିସ୍କ, ଲ୍ୟାଣ୍ଡ ଫୋନ୍, ରାଉଟର, ୧୬ଟି ମୋବାଇଲ, ୯୪ଟି ସିମ୍କାର୍ଟ ଏବଂ ୮୦ଟି ଚେକ୍ ବୁକ୍ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୁଦ୍ଧ ସରକାର, ଜୟନ୍ତ ବାନାର୍ଜୀ, ପ୍ରିୟାଂଶୁ ଦାସ, ରୋହିତ ସରକାର ଏବଂ ଶୁଭଜିତ ରାହା। ଏମାନେ ସମସ୍ତେ ପଶ୍ଚିମବଙ୍ଗର କୋଲକାତାର ବାସିନ୍ଦା ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ରାଉରକେଲାର ବାସନ୍ତୀ କଲୋନିରେ ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡାଙ୍କୁ ଏହି ଦୁର୍ବୃତ୍ତମାନେ ଫୋନ୍ କରି ତାଙ୍କ ଛାତ ଉପରେ ଜିଓ ଟାୱାର ବସାଇବାକୁ କହିଥିଲେ। ଏଥିପାଇଁ ତାଙ୍କଠାରୁ ଦୁର୍ବୃତ୍ତ ମାନେ ୯ ଲକ୍ଷ ଟଙ୍କା ଠକି ନେଇଥିଲେ। ଏନେଇ ପୂର୍ଣ୍ଣେନ୍ଦୁ ଶେଖର ପଣ୍ଡା ଚଳିତ ବର୍ଷ ମାର୍ଚ୍ଚ ମାସରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତଦନ୍ତ ଆରମ୍ଭ କରି ୫ମାସ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

- Advertisement -

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories