www.samajalive.in
Friday, December 5, 2025
20.1 C
Bhubaneswar

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ବିସ୍ଫୋରକ ବୟାନ, କହିଲେ ରାଜଭବନ ଉପରେ ଗୁଇନ୍ଦା ନଜର ରଖୁଛନ୍ତି ମମତା ସରକାର

କଲକତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମମତା ବାନାର୍ଜୀଙ୍କ ମଧ୍ୟରେ ମତଭେଦ ମଧ୍ୟରେ ରବିବାର ରାଜ୍ୟପାଳ ଏକ ବିସ୍ଫୋରକ ବୟାନ ରଖିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖଡ ମମତା ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ରାଜଭବନ ଉପରେ ଗୁଇନ୍ଦା ନଜର ରଖୁଛନ୍ତି ମମତା ସରକାର। ଯାହା ରାଜଭବନର ପବିତ୍ରତାକୁ ଭଙ୍ଗ କରୁଛି।

ଧନଖଡ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ଟିଏମସି ସରକାରଙ୍କ ସହ ଅନେକ ପ୍ରସଙ୍ଗରେ ତାଙ୍କର ମତଭେଦ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଅରାଜକତା ରହିଛି। ଧନକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ “ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ରାଜଭବନକୁ ବର୍ତ୍ତମାନ ମମତା ସରକାର ଗୁଇନ୍ଦା ନଜରରେ ରଖିଛନ୍ତି। ଏହା ରାଜ ଭବନର ପବିତ୍ରତାକୁ ଭଙ୍ଗ କରୁଛି। ମୁଁ ଏହାର ପବିତ୍ରତା ରକ୍ଷା କରିବା ପାଇଁ ସବୁକିଛି କରିବି ବୋଲି ମଧ୍ୟ ଧନଖଡ କହିଛନ୍ତି।

- Advertisement -

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମ ନଦେଇ ଧନଖଡ କହିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ରାଜଭବନ ଉପରେ ରାଜ୍ୟସରକାରଙ୍କ ତଦାରଖକୁ ସେ ବରଦାସ୍ତ କରିବେ ନାହିଁ ଏବଂ ଯେଉଁମାନେ ଏପରି କରିଛନ୍ତି ସେମାନଙ୍କୁ ଦଣ୍ଡ ଦିଆଯାଉ। ସେ କହିଛନ୍ତି ରାଜଭବନରେ ମମତା ସରକାର ଚଳାଇଥିବା ଗୁଇନ୍ଦାଗିରି ସହ ଜଡିତ ଏକ ତାଲିକା ପ୍ରସ୍ତୁତ କରାଯାଉଛି। ଯାହା ତାଙ୍କ ଅନୁମତି ପରେ ପ୍ରକାଶ କରାଯିବ। ଏହି ଘଟଣାରେ ତଦନ୍ତ ଆରମ୍ଭ କରାଯାଇଛି ଯାହା ଦ୍ବାରା ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।

ଏଥି ସହିତ ଶନିବାର ବାରକପୁରର ଗାନ୍ଧୀ ଘାଟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏକ ଭଲ ପରିବେଶ ସୃଷ୍ଟି କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ଯାହା ଦ୍ବାରା କୌଣସି ହିଂସା ବିନା ନିର୍ବାଚନ ହୋଇପାରିବ ଏବଂ ଦେଶ ପାଇଁ ପଶ୍ଚିମବଙ୍ଗ ଏକ ଉଦାହରଣ ହୋଇପାରିବ।

ତେବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଯେଉଁ ନିର୍ବାଚନ ବିଷୟରେ କହୁଛନ୍ତି ତାହା ରାଜ୍ୟପାଳ ସ୍ପଷ୍ଟ କରି ନାହାଁନ୍ତି। ରାଜ୍ୟର ୧୦୭ଟି ମ୍ୟୁନିସିପାଲିଟି ସଂସ୍ଥା ବ୍ୟତୀତ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନ୍ ଚଳିତ ବର୍ଷ ଏପ୍ରିଲରେ ନିର୍ବାଚିତ ହେବାକୁ ଯାଉଥିଲା ଯାହା ମହାମାରୀ କାରଣରୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories