www.samajalive.in
Friday, December 5, 2025
23.1 C
Bhubaneswar

ରାହୁଲଙ୍କ ଅଭିଯୋଗ; ଫେସବୁକ୍‌-ହ୍ବାଟ୍ସଆପ୍‌କୁ ନିୟନ୍ତ୍ରଣ କରୁଛନ୍ତି ବିଜେପି ଓ ଆରଏସଏସ

ନୂଆଦିଲ୍ଲୀ: ଚୀନ ସହ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଥିବା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜେପି ଏବଂ ଆରଏସଏସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ବିଜେପି ଏବଂ ଆରଏଏସ ଭାରତରେ ଫେସବୁକ୍‌ ଏବଂ ହ୍ବାଟ୍‌ସଆପ୍‌କୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି। ସେମାନେ ଏହି ୨ଟି ସୋସିଆଲ ମିଡିଆ ଜରିଆରେ ମିଥ୍ୟା ଖବର ଏବଂ ଘୃଣାର ପ୍ରଚାର କରୁଛନ୍ତି। ଏହା ସହିତ ନିର୍ବାଚନ ସମୟରେ ମତଦାତାଙ୍କୁ ପ୍ରଭାବିତ କରିବା ଲାଗି ଉଭୟ ଆରଏସଏସ ଓ ବିଜେପି ଏହି ୨ଟି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମକୁ ବ୍ୟବହାର କରିଆସୁଛନ୍ତି ବୋଲି ରାହୁଲ କହିଛନ୍ତି।

ସୂଚନାଯୋଗ୍ୟ, ରବିବାର ସକାଳେ ରାହୁଲ ଚୀନ ସହ ସୀମା ବିବାଦ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଥିଲେ। ସେ ଟ୍ବିଟ୍‌ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଛାଡ଼ି ଭାରତୀୟ ସେନାର ଶକ୍ତି ଏବଂ ବୀରତା ଉପରେ ସମସ୍ତ ଦେଶବାସୀଙ୍କର ଭରସା ରହିଛି। ପ୍ରଧାନମନ୍ତ୍ରୀଙ୍କ ସାହସ ନ ଥିବା ଯୋଗୁ ଚୀନ ଆମ ଜାଗାକୁ କବ୍‌ଜା କରିଛି ବୋଲି ରାହୁଲ କହିଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories