www.samajalive.in
Saturday, December 6, 2025
16.1 C
Bhubaneswar

୧୫ ଜୁଲାଇ ପର୍ଯ୍ୟନ୍ତ କରୋନା ତାଲାବନ୍ଦ ଅବଧି ବୃଦ୍ଧି କଲେ ପଶ୍ଚିମବଙ୍ଗ ସରକାର, କଟକଣା ସାମାନ୍ୟ କୋହଳ

କଲକତା: ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଜୁଲାଇ ୧୫ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବୃଦ୍ଧି କରିଛନ୍ତି ପଶ୍ଚିମବଙ୍ଗ ସରକାର। କରୋନା ଶୃଙ୍ଖଳ ଭାଙ୍ଗିବା ପାଇଁ କଟକଣା ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥର ଅନେକ କ୍ଷେତ୍ରରେ ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରାଯାଇଛି।

ସୋମବାର ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁସାରେ –

- Advertisement -

-୫୦ ପ୍ରତିଶତ କ୍ଷମତା ସହିତ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ସେଲୁନ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କ ଟିକାକରଣ ହୋଇଥିବା ଆବଶ୍ୟକ।
-ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ ଏବଂ ଅନ୍ୟାନ୍ୟ ଦୋକାନ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ।
-୫୦ ପ୍ରତିଶତ କ୍ଷମତା ସହ ଜିମ୍ ଖୋଲିବାକୁ ଅନୁମତି ମିଳିଛି। ସକାଳ ୬ଟାରୁ ୮ଟା ଏବଂ ଦିନ ୪ଟାରୁ ରାତି ୮ଟା ଯାଏ ଖୋଲାରହିବ ଜିମ୍।
-୫୦ ପ୍ରତିଶତ ଯାତ୍ରୀଙ୍କ ସହ ସରକାରୀ ଏବଂ ଘରୋଇ ବସ୍ ଚଳାଚଳ ହେବ।
-୫୦ ପ୍ରତିଶତ କାର୍ଯ୍ୟ କ୍ଷମତା ସହ ସକାଳ ୧୦ଟାରୁ ଦିନ ୪ଟା ଯାଏ କାର୍ଯ୍ୟାଳୟଗୁଡ଼ିକ ଖୋଲାରହିବ।
-ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବ୍ୟାଙ୍କ୍।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories