www.samajalive.in
Saturday, December 6, 2025
14.1 C
Bhubaneswar

ରୋଷେଇ ଘରର ଏହି ସାମଗ୍ରୀ କରିଥାଏ ଓଜନ ନିୟନ୍ତ୍ରଣ

ଅଧିକତଃ ବ୍ୟକ୍ତି ନିଜର ଓଜନ ବୃଦ୍ଧି ହେଉଥିବା ହେତୁ ଅଧିକ ବ୍ୟସ୍ତ ରହିଥାଆନ୍ତି। ମେଦ ବହୁଳତା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ଡାକ୍ତରଙ୍କ ପରାମର୍ଶ ନେଇଥାଆନ୍ତି। ଅନେକ ଆୟୁର୍ବେଦିକ ଔଷଧ ଖାଇ ଥାଆନ୍ତି। କିନ୍ତୁ ଏପରି କରିବା ସତ୍ତ୍ବେ ସେମାନଙ୍କ ଓଜନ ନିୟନ୍ତ୍ରିତ ହୋଇ ନ ଥାଏ। ତେବେ ଆସନ୍ତୁ ଜାଣିବା, ଓଜନ ନିୟନ୍ତ୍ରଣ କରିବା ପାଇଁ କ’ଣ କରିବା ଉଚିତ।

ଆମ ରୋଷେଇ ଘରେ ଓଜନ ନିୟନ୍ତ୍ରଣ କରିବା ପାଇଁ ଅନେକ ସାମଗ୍ରୀ ରହିଛି। ତେବେ ଆସନ୍ତୁ ଜାଣିବା, ସେ ସବୁ କ’ଣ ..

- Advertisement -

ମେଥି ମଞ୍ଜି :

ଓଜନ ବଢିବାର ମୁଖ୍ୟ କାରଣ ହେଉଛି ଠିକ ଭାବେ ନ ଖାଇବା। ଯଦି ନିଜେ ନିୟନ୍ତ୍ରଣ ରଖି ଖାଦ୍ୟ ଖାଇବା ତେବେ ଓଜନ କିଛି ମାତ୍ରାରେ କମ ହୋଇପାରିବ। ମେଥି ମଞ୍ଜି ଖାଇବା ଦ୍ବାରା ପେଟର ସମସ୍ତ ସମସ୍ୟା ଦୂର ହୋଇଥାଏ। ଏହାସହ ଭୋଜନ ନିୟନ୍ତ୍ରଣ ହୋଇଥାଏ। ଏହା ମେଥି ମଞ୍ଜି ଖାଇବା ଦ୍ବାରା ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟ୍ରଲ ପରି ଅନେକ ରୋଗ ଠାରୁ ଦୂରେଇ ରହିଥାଆନ୍ତି।

ଜୀରା :

ଏମିତିରେ ଜିରାକୁ ଆମ ଖାଦ୍ୟପଦାର୍ଥରେ ସ୍ବାଦ ବଢାଇବା ନିମନ୍ତେ ବ୍ୟବହାର କରାଯାଏ। କିନ୍ତୁ, ଏକ ଚାମଚ ଜିରା ଖାଇବା ଦ୍ବାରା ମେଦ ବହୁଳତା ସମସ୍ୟା ଦୂର ହୋଇଥାଏ। ଏହାସହ ଶରୀରରେ ମେଟାବୋଲିଜିମ୍ ପ୍ରକ୍ରିୟାକୁ ଠିକ ରଖିଥାଏ।

ଅଦା :

ଅଦାକୁ ଖାଦ୍ୟ ରୂପେ ଅଧିକ ବ୍ୟବହାର କରାଯାଇଥାଏ। ଏହାକୁ ମହୁ ସହ ମିଶାଇ ଖାଇବା ଦ୍ବାରା ଶରୀରରୁ ଚର୍ବି କମ ହୋଇଥାଏ। ଅଦା ଖାଇବା ଦ୍ବାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

ରସୁଣ :

ରସୁଣକୁ ଡାଲି ଠାରୁ ଆରମ୍ଭ କରି ସମସ୍ତ ତରକାରୀରେ ବ୍ୟବହାର କରାଯାଇଥାଏ। କିନ୍ତୁ ଏକ ଗବେଷଣାରୁ ଜଣାପଡିଛି ଯେ, ରସୁଣ ଖାଇବା ଦ୍ବାରା ଚର୍ବି କମ ହୋଇଥାଏ। ଏହା ଶରୀରର ଉଷ୍ମତା ଠିକ୍ ରହିଥାଏ। ଏହାସହ ରସୁଣ ଖାଇବା ଦ୍ବାରା ରକ୍ତଚାପ, ଛାତି ଜଳାପୋଡା ସମସ୍ୟା, ହୃଦରୋଗ ଠାରୁ ମୁକ୍ତି ମିଳିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories