www.samajalive.in
Saturday, December 13, 2025
27.1 C
Bhubaneswar

ଓଜନ କମ୍ କରେ ଅଦା ଚା’

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ସ୍ବାସ୍ଥ୍ୟ ସଚେତନ ହୋଇଯାଇଛନ୍ତି। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନିମନ୍ତେ ଲୋକେ ଦେଶୀ ଉପଚାର କରିବାକୁ ପ୍ରାଧାନ୍ୟ ଦେଉଥିବାର ଦେଖାଯାଉଛି। ନିୟମିତ ଚା’ ପିଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିବାବେଳେ ଅଦା ଚା’ ଓ ହଳଦୀ ଚା’ ଶରୀର ପାଇଁ ଅଧିକ ଭଲ।

-ସକାଳବେଳା ଅଦା ଚା’ ପିଇଲେ ସନ୍ଧ୍ୟା ସମୟରେ ହଳଦୀ ଚା’ ପିଇବା ଉଚିତ। ଅଦାରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥିବା ସହ ଭିଟାମିନ୍ ସି, କ୍ୟାଲସିୟମ୍, ମାଙ୍ଗାନିଜ୍, ଲୌହ, କପର, କ୍ରୋମିୟମ୍, ଫସ୍‌ଫରସ୍‌ ତତ୍ତ୍ବମାନ ଥାଏ। ଏଥିରେ ଥିବା ଜିନ୍ନୋଲ୍ ଓ ଶୌଗଲ୍ ନାମକ ଯୌଗିକ ତତ୍ତ୍ବ ଆମ ଓଜନ କମ୍ କରିବାରେ ସହାୟକ। ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଅଦା ମିଶ୍ରିତ ଚା କିମ୍ବା କୌଣସି ପାନୀୟ ପିଇଲେ, ଅନେକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ରହି ଭୋକ ଲାଗେନାହିଁ। ଅଦା ଚା’ ପିଇଲେ ଅମ୍ଳ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ। ଓଜନ ଶୀଘ୍ର କମ୍ କରିବାକୁ ଚାହୁଁଥିଲେ, ଅଦା ରସ ଓ ଲେମ୍ବୁରସକୁ ଉଷୁମ ପାଣିରେ ମିଶାଇ ପିଇଲେ ଅଳ୍ପ ଦିନରେ ଫରକ୍ ଜାଣିପାରିବେ।

- Advertisement -

-ସେହିପରି ହଳଦୀ ଚା’ ମଧ୍ୟ ଫ୍ୟାଟ୍ ବର୍ଣ୍ଣର୍ ପରି କାମ କରେ। ହଳଦୀ​‌ରେ ଥିବା କରକ୍ୟୁମିନ୍ ତତ୍ତ୍ବ ଓଜନ କମ୍ କରିଥାଏ। ବିଶେଷଜ୍ଞ ଦଳ ୧୯୦୦ଜଣ ଲୋକଙ୍କୁ ନେଇ ପରୀକ୍ଷା କରିଥିବାବେଳେ ହଳଦୀ ଚା’ ମଧ୍ୟ ଶୀଘ୍ର ଓଜନ କମ୍ କରୁଥିବାର ପ୍ରକାଶ। ହଳଦୀରେ ଥିବା ପ୍ରୋଟିନ୍ ଓ ଅନ୍ୟାନ୍ୟ ତତ୍ତ୍ବ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ୧ମାସ ନିୟମିତ ହଳଦୀ ଚା’ ପିଇଲେ ଓଜନ କମ୍ ହେବା ସହ ଆମ ତ୍ବଚା ଓ କେଶ ଉପରେ ଉତ୍ତମ ପ୍ରଭାବ ପଡ଼େ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories