www.samajalive.in
Thursday, December 11, 2025
18.1 C
Bhubaneswar

ଡ୍ରଗ୍ସ ମାମଲାକୁ ନେଇ କରଣ ଜୋହରଙ୍କ ୨୦୧୯ ପାର୍ଟି ପୁଣି ଚର୍ଚ୍ଚାରେ; ଫଟୋ ଓ ଭିଡିଓ ଯାଞ୍ଚ କରିପାରେ ଏନ୍‍ସିବି

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏକ ଭିନ୍ନ ମୋଡ଼ ନେଇ ଏବେ ଡ୍ରଗ୍ସ ସହ ଯୋଡ଼ି ହୋଇଯାଇଛି। ଯଦ୍ୱାରା ବଲିଉଡ଼ର ଅନେକ ତାରକାଙ୍କ ବେକ ଉପରେ ଏବେ ଖଣ୍ଡା ଝୁଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। କୌଣସି ନା କୌଣସି କାରଣରୁ ବଲିଉଡ଼ ଶିଳ୍ପ ବାରମ୍ବାର ଏହି ମାମଲା ସହ ଯୋଡ଼ି ହେଉଛି। ଇତି ମଧ୍ୟରେ ପୁଣିଥରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଟାର୍ଗେଟକୁ ଆସିଛନ୍ତି।

ମିଳିଥିବା ସୂଚନା ମୁତାବକ, କରଣ ଜୋହରଙ୍କ ଦ୍ୱାରା ୨୦୧୯ରେ ଆୟୋଜିତ ହୋଇଥିବା ପାର୍ଟିର ଭିଡିଓ ଫୁଟେଜ୍‍ ଏନ୍‍ସିବି ଯାଞ୍ଚ କରିପାରେ। ଯାହାକୁ ନେଇ ସେତେବେଳେ ହଙ୍ଗାମା ହୋଇଥିଲା। ସେ ସମୟରେ ପାର୍ଟିର କିଛି ଫଟୋ ଓ ଭିଡିଓ ଭାଇରାଲ୍‍ ହୋଇଥିଲା। ସାମ୍ନାକୁ ଆସିଥିବା ସେହି ଭିଡିଓରେ ବଲିଉଡ଼ର ଅନେକ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଭିଡିଓ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ କରଣଙ୍କୁ ଖୁବ୍‍ ଟ୍ରୋଲ କରାଯାଇଥିଲା। ଏହା ସହିତ ସେ ସମୟରେ ଶାହିଦ୍‍ କପୁରଙ୍କର ଏକ ସାକ୍ଷାତକାର ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ କହିଥିଲେ ଯେ, ପାର୍ଟିରେ ବହୁତ ଧୂଆଁ ଥିଲା। ଏହି କାରଣରୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୋଇଥିଲା ଓ ତାଙ୍କୁ ଅଧାରୁ ପାର୍ଟି ଛାଡ଼ି ଯିବାକୁ ପଡ଼ିଥିଲା। ତେବେ ଯଦି ଯାଞ୍ଚ ହୁଏ ତେବେ ବଲିଉଡ଼ର ବଡ଼ ବଡ଼ କଳାକାର ଏନ୍‍ସିବି ଜାଲରେ ପଡ଼ିପାରନ୍ତି।

- Advertisement -

ସୂଚନାଯୋଗ୍ୟ, ରିୟା ଚକ୍ରବର୍ତ୍ତୀ ତାଙ୍କ ବୟାନରେ ୮୦ ପ୍ରତିଶତ ସେଲିବ୍ରିଟି ନିଶା ସେବନ କରନ୍ତି ବୋଲି କହିଥିଲେ।

 

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories