bjd gruha runa

ସାପ୍ତାହିକ ରାଶିଫଳ (ନଭେମ୍ବର ୧୨ – ୧୮)

BJD Bijuli 480×75 Mob

ମେଷ: ରବିବାର ଓ ସୋମବାର କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ନୂତନ ନିଯୁକ୍ତି ପାଇପାରନ୍ତି। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା, ନଚେତ୍‌ ଅସୁବିଧାରେ ପଡ଼ିବେ। ଗୁରୁବାର ଓ ଶୁକ୍ରବାର କାର୍ଯ୍ୟରେ ପଦୋନ୍ନତି ମିଳିପାରେ। ସାମାଜିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ବଗଳାମୁଖୀଙ୍କ ପୂଜା କରନ୍ତୁ।
ବୃଷ: ରବିବାର ଓ ସୋମବାର ଶତ୍ରୁ ପରାସ୍ତ ହେବେ। ବ୍ୟବସାୟରେ ଲାଭବାନ ହେବେ। ମଙ୍ଗଳବାର ଓ ବୁଧବାର ପରିଭ୍ରମଣ ଯୋଗ ସୃଷ୍ଟି ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତି ହେବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳିବେ। ବାକ୍‌ସଂଯମୀ ରକ୍ଷା କରନ୍ତୁ। ବିବାଦରେ ପଡ଼ିପାରନ୍ତି। ଶନିବାର ଭାଗ୍ୟ କିଛିଟା ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ମଙ୍ଗଳବାର ଓ ବୁଧବାର ଆୟ ବୃଦ୍ଧି ହେବ। ପାରିବାରିକ ଶାନ୍ତି ମିଳିବ। ଗୁରୁବାର ଓ ଶୁକ୍ରବାର କର୍ମପ୍ରବଣତା ପ୍ରକାଶ ପାଇବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶନିବାର ଭ୍ରମଣଜନିତ କ୍ଳାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରି​‌େ​‌ବ​​‌​‌‌​। ରିଷ୍ଟ ଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଚିନ୍ତିତ ହେବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟ ସିଦ୍ଧି ହେବ। ପ୍ରତିଯୋଗିତାରେ ବିଜୟୀ ହେବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ନୂତନ ଜମି କ୍ରୟ କରିପାରନ୍ତି। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଓ ସୋମବାର ଯାତ୍ରାଜନିତ କ୍ଳାନ୍ତି ଅନୁଭୂତ ହେବ। ମଙ୍ଗଳବାର ଓ ବୁଧବାର ସାବଧାନତା ଲୋଡ଼ା। ଶତ୍ରୁଦ୍ବାରା ପରାସ୍ତ ହେବେ। ଅର୍ଥହାନି ହେବ। ଗୁରୁବାର ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗଦାନ କରି ନିଜର ଗୌରବ ବୃଦ୍ଧି କରିବେ। ଉପରିସ୍ଥ କର୍ମଚାରୀଙ୍କ ଦ୍ବାରା ପ୍ରଶଂସିତ ହେବେ। ଶନିବାର ଭାଗ୍ୟବାଦୀ ହେବେ। ଆୟ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାର ଓ ସୋମବାର ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଦୂରଯାତ୍ରା କରିପାରନ୍ତି। ମଙ୍ଗଳବାର ଓ ବୁଧବାର ପ୍ରସନ୍ନଚିତ୍ତ ହେବେ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତିହେବ। ଗୁରୁବାର ଓ ଶୁକ୍ରବାର ଜଗିରଖି ଚଳନ୍ତୁ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ଅର୍ଥବ୍ୟୟ ହେବ। ଶନିବାର ପିଲାଙ୍କ କ୍ୟାରିୟର ପ୍ରତି ଯତ୍ନବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ନୂତନ ନିଯୁକ୍ତି ପାଇପାରନ୍ତି। ଜୀବନ ସୁଖମୟ ହେବ। ମଙ୍ଗଳବାର ଓ ବୁଧବାର ସମୟର ସଦୁପଯୋଗ କରିବେ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିବ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ଦକ୍ଷତାଯୁକ୍ତ ହେବେ। ଦୂର ଦେଶକୁ ପରିଭ୍ରମଣର ଯୋଗ ରହିଛି। ମହିଳା ଓ ବିଦ୍ୟାର୍ଥୀ ପାରିବାରିକ ଶାନ୍ତିଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାର ଓ ସୋମବାର ମାନସିକ ଅବସାଦ ଦେଖାଦେବ। ସନ୍ତାନଙ୍କୁ ନେଇ ଚିନ୍ତାରେ ପଡ଼ିପାରନ୍ତି। ମଙ୍ଗଳବାର ଓ ବୁଧବାର ସମସ୍ୟା ସମାଧାନ ପାଇଁ ପ୍ରୟାସ କରିବେ। ମାଲିମକଦ୍ଦମାରେ ସଫଳତା ପାଇପାରିବେ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କର୍ମକ୍ଷେତ୍ର ଓ ବ୍ୟବସାୟରେ ଲାଭବାନ ହେବେ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ମାନବବାଦୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଘୃତଦ୍ବୀପ ଜଳାଇ ଶ୍ରୀ ସୁନ୍ଦରାକାଣ୍ଡ ପାଠ କରନ୍ତୁ।
ଧନୁ: ରବିବାର ଓ ସୋମବାର କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ଶତ୍ରୁ ପରାସ୍ତ ହେବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ମଙ୍ଗଳବାର ଓ ବୁଧବାର ଜଗିରଖି ଚଳିବା ବାଞ୍ଛନୀୟ, ନଚେତ୍‌ ଅସୁବିଧାରେ ପଡ଼ିବେ। ଗୁରୁବାର ଓ ଶୁକ୍ରବାର ଧୈର୍ଯ୍ୟବାନ ହେବେ। ସାମାଜିକ କାର୍ଯ୍ୟରେ ସମ୍ମାନିତ ହେବେ। ଶନିବାର ନୂତନ ଚିନ୍ତାଧାରାଯୁକ୍ତ ହେବେ। ଦୂରଯାତ୍ରା କରିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ବିଷାଦଗ୍ରସ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଦୁର୍ଗାଙ୍କ ସହସ୍ରନାମ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ମଙ୍ଗଳବାର ଓ ବୁଧବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁବାନ୍ଧବଙ୍କ ଗହଣରେ ସମୟ ଅତିବାହିତ ହେବ। ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସମୟ ପ୍ରତିକୂଳ ରହିବ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଯାତ୍ରା ସ୍ଥଗିତ ରଖିବା ଭଲ। ମହିଳା ଓ ବିଦ୍ୟାର୍ଥୀ ପରୋପକାରୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ଓ ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ଦେଖାଦେବ। ମଙ୍ଗଳବାର ଓ ବୁଧବାର ଯାନବାହନ ଜନିତ ତ୍ରୁଟି ଦେଖାଦେବ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ କ୍ରିୟାଶୀଳ ହେବେ। ମାଲିମକଦ୍ଦମାରେ ବିଜୟୀ ହେବେ। ଅଟକିଥିବା କାର୍ଯ୍ୟ ସମାପନ ହେବ। ନୂତନ ନିଯୁକ୍ତି ପାଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀଙ୍କ କବଚ ପାଠ କରନ୍ତୁ।
ମୀନ: ରବିବାର ଓ ସୋମବାର ଅଧିକ ଆତ୍ମବିଶ୍ବାସ ଆପଣଙ୍କୁ ଅସୁବିଧାରେ ପକାଇବ। ଦାମ୍ପତ୍ୟରେ କଳହ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସଫଳତା ପ୍ରାପ୍ତ ହେବ। ଆୟ ବୃଦ୍ଧି ହେବ। ଗୁରୁବାର ଠାରୁ ଶନିବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।

Comments are closed.