ବୁଧବାର ରାଶିଫଳ ୨୨.୦୨.୨୦୨୩

ମେଷ: ରାଜଯୋଗ ଅଛି। ସହକର୍ମୀଙ୍କ ନେତୃତ୍ବ ନେଇପାରନ୍ତି। କର୍ମଚଞ୍ଚଳ ରହିବେ। ବୁଦ୍ଧି, ବିଦ୍ୟାସମ୍ପନ୍ନ ହେବେ। ଶ୍ରେଷ୍ଠ କର୍ମଯୁକ୍ତ ହୋଇପାରନ୍ତି। ବହୁ ସମ୍ପଦର ଅଧିକାରୀ ହେବେ। ରାଜମାନ୍ୟ ମିଳିବ।
ବୃଷ: ପ୍ରଥିତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ସାଧୁସଙ୍ଗ ପ୍ରାପ୍ତିର ସୂଚନା ମିଳୁଛି। ପ୍ରବୀଣ ଓ କାର୍ଯ୍ୟଦକ୍ଷ ହୋଇପାରନ୍ତି। କଳିଗୋଳ ଘଟଣାରୁ ନିବୃତ୍ତି ରହିବ। ବୁଦ୍ଧିମାନର କାର୍ଯ୍ୟ ହେବ। ପରୋପକାରୀ ହେବେ।
ମିଥୁନ: ଆପଣ ସପରିବାରେ ଶୌର୍ଯ୍ୟବୀର୍ଯ୍ୟସମ୍ପନ୍ନ ହୋଇପାରନ୍ତି। ମୂଲ୍ୟବାନ୍‌ ଭୂସମ୍ପଦ ଅର୍ଜନରେ ପାରଙ୍ଗମ ହେବେ। ଧନବୃଦ୍ଧିର ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ସ୍ଥିତି ଦୃଢ଼ ରହିବ। ବିଭିନ୍ନ ସ୍ତରରୁ ଧନ ଅର୍ଜନ ହେବ।
କର୍କଟ: ସୁଗଠିତ ସୌନ୍ଦର୍ଯ୍ୟପୂର୍ଣ୍ଣ ଶରୀରଯୁକ୍ତ ହୋଇପାରନ୍ତି। ଶତ୍ରୁ ବିଜୟୀ ହେବେ। ସନ୍ତାନପ୍ରାପ୍ତି ସହିତ ତୀର୍ଥ ଭ୍ରମଣ ଯୋଗ ଅଛି। ଧର୍ମ କାର୍ଯ୍ୟରୁ ଧନାଗମ ହେବ। କାର୍ଯ୍ୟଶୈଳୀ ଆନନ୍ଦଦାୟକ ହୋଇପାରେ।
ସିଂହ: ଶତ୍ରୁ ବିଜୟୀ ହେବେ। ରାଜତୁଲ୍ୟ ନମସ୍ୟ ହୋଇପାରନ୍ତି। ଧନସମ୍ପଦଯୁକ୍ତ ହେବେ। ଆତ୍ମସନ୍ତୋଷ ମିଳିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପରୋପକାରୀ ହେବେ। ଧନାଗମର ସୂଚନା ମିଳୁଛି।
କନ୍ୟା: ଧାର୍ମିକ ପ୍ରବର ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବା ଉଦ୍ୟମ ଜାରି ରଖିବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଗୁଣ ସାଗର ହୋଇପାରନ୍ତି। କୀର୍ତ୍ତିମାନ୍‌ ହୋଇପାରନ୍ତି। ପୁରସ୍କୃତ ହୋଇପାରନ୍ତି।
ତୁଳା: ପୁତ୍ର ସୁଖ ମିଳିପାରେ। ସମୃଦ୍ଧି ପଥରେ ଆଗକୁ ବଢ଼ିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଭୋଗ-ବିଳାସ କରିପାରନ୍ତି। ପତ୍ନୀଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍‌ ହେବେ।
ବିଛା: ସାହସୀ ହେବେ। ନିଜ ଲୋକଙ୍କର ହିତାକାଂକ୍ଷୀ ହେବେ। କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି କୃତକାର୍ଯ୍ୟ ହବେ। ବାଞ୍ଛିତ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।
ଧନୁ: ସତ୍ୟ ବ୍ୟତିରେକେ ମିଥ୍ୟାର ଆଶ୍ରୟ ନେବେ ନାହିଁ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ପ୍ରବାସୀ ହୋଇପାରନ୍ତି। ପିତୃଭକ୍ତିଯୁକ୍ତ ହେବେ। ଶାରୀରିକ ଗଠନ ସୁଢ଼ଳ ହୋଇପାରେ। ଭାଗ୍ୟବାନ୍‌ ହୋଇପାରନ୍ତି।
ମକର: ରୂପବାନ୍‌ ହେବେ। ଶାନ୍ତ ଓ ନିପୁଣ ହୋଇପାରନ୍ତି। ମେଧାବୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବସମ୍ପନ୍ନ ହେବେ। ସନ୍ତାନ ଲାଭର ସୂଚନା ମିଳୁଛି। ଧନଲାଭର ସୂଚନା ମିଳୁଛି।
କୁମ୍ଭ: ମହନୀୟ ଗୌରବର ଅଧିକାରୀ ହୋଇପାରନ୍ତି। ପ୍ରଧାନ ନରପତିର ମାନ୍ୟତା ପ୍ରାପ୍ତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ଶୌର୍ଯ୍ୟବୃତ୍ତି ଉପରେ ଧନ୍ୟବାଦର ପାତ୍ର ହେବେ। ଶତ୍ରୁ ବିଜୟୀ ହେବେ।
ମୀନ: କୃଷି କ୍ଷେତ୍ରରୁ ଲାଭ ମିଳିବ। ଭୋଗ ବିଳାସ ପ୍ରତି ଆସକ୍ତି ରହିବ। ଧନଲାଭକାରୀ ହୋଇପାରନ୍ତି। ବିନୀତ ସ୍ବଭାବ ସମ୍ପନ୍ନ ହେବେ। ନିତ୍ୟାନନ୍ଦଯୁକ୍ତ ହୋଇପାରନ୍ତି। ଗୁଣବାନ୍‌ ହେବେ।

Comments are closed.