www.samajalive.in
Saturday, December 13, 2025
27.1 C
Bhubaneswar

ବିବାହ ବେଳେ ଅଘଟଣ, କୂଅରେ ପଡ଼ି ୧୩ ମୃତ

ଉତ୍ତରପ୍ରଦେଶର: ବିବାହ ଉତ୍ସବ ବେଳେ ବଡ଼ଧରଣର ଅଘଟଣ । ଉତ୍ତରପ୍ରଦେଶର କୁଶୀନଗରରେ ଏକ ବଡ଼ଧରଣର ଅଘଟଣ ଘଟିଛି । ବିବାହ ଉତ୍ସବ ଚାଲିଥିବା ବେଳେ କୂଅରେ ପଡ଼ି ୧୩ ଜଣଙ୍କ ମୃତ୍ୟୁ ହୋଇଛି  । ସୂଚନା ଅନୁସାରେ ବିବାହ ପାଇଁ ମଙ୍ଗୁଳା ବିଧି କରାଯାଉଥିଲା । ସେହି ସମୟରେ କୂଅରେ ପଡ଼ିଥିବା ସ୍ଲାବ ଭୁଶୁଡ଼ି ପଡ଼ିବାରୁ ଏପରି ଏକ ଅଘଟଣ ଘଟିଛି । ଫଳରେ କିଛି ମହିଳାଙ୍କ ସମତେ ୯ଜଣ ଶିଶୁ କୂଅରେ ପଡ଼ିଯାଇଥିଲେ । ଘଟଣାସ୍ଥଳରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, କିଛି ମହିଳା ଆହତ ମଧ୍ୟ ହୋଇଛନ୍ତି । ଆହତ ମହିଳାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସବୁଠାରୁ ବଡ଼କଥା ହେଉଛି ମୃତ ଶିଶୁ ମାନଙ୍କ ବୟସ ୫ରୁ ୧୫ ବର୍ଷ ମଧ୍ୟରେ ରହିଛି ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

ମୋଦି ଟ୍ୱିଟ୍‍ ଜରିଆରେ ଦୁଃଖ ପ୍ରକାଶ କରିବା ସହ ଏହା ଏକ ହୃଦୟ ବିଦାରକ ଘଟଣା ବୋଲି କହିଛନ୍ତି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ମୋଦି ଆହତମାନଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ଅନ୍ୟପଟେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପାଇଁ ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories