www.samajalive.in
Thursday, December 11, 2025
18.1 C
Bhubaneswar

ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ଜମ୍ମୁକାଶ୍ମୀର: ଭୂମିକମ୍ପରେ ଥରିଲା ଜମ୍ମୁକାଶ୍ମୀର । କଟରାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସୂଚନା ମୁତାବକ, ଆଜି ସକାଳ ୩.୦୨ ରେ କଟରାର ପୂର୍ବରେ ଭୂମିକମ୍ପ ହୋଇଛି । ଭୂକମ୍ପ ହେବା ଜାଣିବା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସିଥିଲେ। ଫଳରେ ଭୂକମ୍ପ ଦ୍ୱାରା କୌଣସି କ୍ଷତି ହୋଇନଥିବା ଅନୁମାନ କରାଯାଉଛି । ଏହା ପୂର୍ବରୁ ବୁଧବାର ଦିନ ଭୂକମ୍ପ ଅନୁଭୂତ ହୋଇଥିଲା ।

ବୁଧବାର ଦିନ ଏହାର କେନ୍ଦ୍ର ପାହଲଗାମର ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫ କିଲୋମିଟର ଅଞ୍ଚଳରେ ଥିଲା । ବୁଧବାର ଦିନ ଭୂକମ୍ପର ତୀବ୍ରତା ୩.୨ ରହିଥିବା କୁହାଯାଇଥିଲା । ଫେବ୍ରୁଆରୀ ୧୦ରେ ମଧ୍ୟ ଗୁଲମର୍ଗରେ ଭୂକମ୍ପ ଅନୁଭୂତ ହୋଇଥିଲା । ଗୁଲମର୍ଗରେ ଭୂକମ୍ପର ତୀବ୍ରତା ୩.୮ ବୋଲି ମାପ କରାଯାଇଥିଲା ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories