www.samajalive.in
Saturday, December 6, 2025
16.1 C
Bhubaneswar

ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ବଡ ଭୂମିକା : ଧର୍ମେନ୍ଦ୍ର

– କରୋନା ବେଳେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ଆନ୍ତର୍ଜାତିକ ଉର୍ଜା ଏଜେନ୍ସିର ପ୍ରଶଂସା
– ପରିବର୍ତ୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଦେଶକୁ ଗ୍ୟାସ୍ ଆଧାରିତ ଅର୍ଥନୀତି ତିଆରି କରିବା ଉପରେ ଗୁରୁତ୍ୱାରୋପ
– ଦେଶର ପ୍ରଥମ ଅନଲାଇନ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଆଇଜିଏକ୍ସ ଆରମ୍ଭ ହୋଇଛି
ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କୋଭିଡ୍‍ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବା ପାଇଁ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଛନ୍ତି। ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ପ୍ରାକୃତିକ ଗ୍ୟାସର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ବୁଧବାର ଆନ୍ତର୍ଜାତିକ ଉର୍ଜା ଏଜେନ୍ସି (ଆଇଇଏ) ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ୱେବିନାରରେ ସାମିଲ ହୋଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପରିବର୍ତ୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଭାରତକୁ ପ୍ରାକୃତିକ ଗ୍ୟାସ ଆଧାରିତ ତିଆରି କରିବା ଉପରେ ଏହି ୱେବିନାର ଆୟୋଜନ କରାଯାଇଥିଲା। ଶ୍ରୀ ପ୍ରଧାନ କହିଛନ୍ତି ଯେ, ବଢୁଥିବା ଉର୍ଜା ଚାହିଦା ପରିପ୍ରେକ୍ଷୀରେ ଦେଶରେ ନିର୍ଗତ ଅଙ୍ଗାରକାମ୍ଳକୁ ହ୍ରାସ କରିବା ପାଇଁ ପ୍ରାକୃତିକ ଗ୍ୟାସ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି। ଦେଶରେ ବିଭିନ୍ନ ଶିଳ୍ପ ସଂସ୍ଥା ପାଇଁ ଏଲଏନଜି ଟର୍ମିନାଲ ନିର୍ମାଣ କରାଯାଇ ସୁଲଭ ଦରରେ ଗ୍ୟାସ ଯୋଗାଯାଉଛି। ପୂର୍ବ ଭାରତ ଏବଂ ଉତ୍ତର ଭାରତରେ ଗ୍ୟାସ ଗ୍ରୀଡ ପାଇପଲାଇନର କାମ ସଂପ୍ରସାରଣ କରାଯାଉଛି। ଗୋଟିଏ ଦେଶ ଏବଂ ଗୋଟିଏ ଗ୍ରୀଡ ବ୍ୟବସ୍ଥାରେ ଭାରତକୁ ଗ୍ୟାସ୍
ଆଧାରିତ ଅର୍ଥନୀତି ବନାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଦେଶର ପ୍ରଥମ ଅନଲାଇନ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରାଯାଇଛି। ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦ୍ୟୁତିକ ଟ୍ରେଡିଂ ପ୍ଲାଟଫର୍ମର ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ। ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି
ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ। ଏହି ଅବସରରେ ଶ୍ରୀ ପ୍ରଧାନ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି ବନାଇବା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ବା ଆଇଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫତି ବିରୋଲ୍‍ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପାକୃତିକ ଗ୍ୟାସ ଏକ୍ସଚେଞ୍ଜ ସମେତ ପ୍ରାକୃତିକ ଗ୍ୟାସ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହ କରୋନା ମହାମାରୀ ସମୟରେ ଭାରତରେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ସେ ପ୍ରଶଂସା କରିଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories