www.samajalive.in
Saturday, December 6, 2025
15.1 C
Bhubaneswar

୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ଖରାବର୍ଷା

ଭୁବନେଶ୍ୱର : ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଖରାବର୍ଷା ଲାଗି ରହିବ। ଉତ୍ତର ଉପକୂଳ ଓଡିଶାରେ ପ୍ରଚଣ୍ଡ ବଜ୍ରପାତର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବ। ଏନେଇ ଗୁରୁବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏବେ ରାଜ୍ୟରେ କିଛି ସ୍ଥାନରେ ପଶ୍ଚିମାଝଡ ପ୍ରଭାବ ରହିବ। ଏହାର ପ୍ରଭାବରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ବଜ୍ରପାତ ନେଇ ୬ଟି ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁକ୍ରବାର ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ୫ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ଯାଜପୁରକୁ ସତର୍କ ସୂଚନା ଜାରି କରାଯାଇଛି। ୩୦,୩୧,ଏପ୍ରିଲ ୧ ଓ ୨ ତାରିଖ ଯାଏଁ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡିଶାକୁ ବର୍ଷା ସହ ବଜ୍ରପାତ ନେଇ ସତର୍କ ସୂଚନା ଜାରି କରାଯାଇଛି। ୨ ଦିନ ମଧ୍ୟରେ ମେଘମମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଆଭ୍ୟନ୍ତରୀଣ ଓଡିଶାରେ ୨ ରୁ ୩ ଡିଗ୍ରୀ ଯାଏଁ ତାତି ବଢିବା ସମ୍ଭାବନା ରହିଛି। ଏହାସହ ୩୦ ତାରିଖରେ ୧୧ ଜିଲାରେ ବଲାଙ୍ଗୀର, ଟିଟିଲାଗଡ, ସୁନ୍ଦରଗଡ, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ରାୟଗଡା ଓ ଗଜପତିରେ ପାରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories