www.samajalive.in
Saturday, December 6, 2025
26.1 C
Bhubaneswar

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ ବେଲ ସରବତ

ବେଲ ଶରୀର ପାଇଁ ଖୁବ୍‌‌ ଉପକାରୀ। ବିଶେଷ କରି ଖରାଦିନେ ଏହାର ସରବତ ତିଆରି କରି ସେବନ କରିବା ଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ଜାଣନ୍ତୁ ବେଲ ସରବତ ପିଇବା ଦ୍ୱାରା କି କି ଲାଭ ମିଳିଥାଏ।
ବେଲ ସରବତ କେବଳ ଶରୀରକୁ ଥଣ୍ଡା ରଖେ ତାହା ନୁହେଁ ବରଂ ଏହା ତୁରନ୍ତ ଶକ୍ତି ପ୍ରଦାନ କରିଥାଏ।
ବେଲ ସରବତ ପିଇବା ଦ୍ୱାରା ଶରୀରରେ ଜଳୀୟଅଂଶର ଅଭାବ ଦୂର ହୋଇଥାଏ।
ଖରାଦିନେ କିଛି ଲୋକଙ୍କ ନାକରୁ ରକ୍ତ ବାହାରିବା ସମସ୍ୟା ଦେଖାଯାଏ। ସେମାନେ ନିୟମିତ ବେଲ ସରବତ ପିଅନ୍ତୁ।
ପେଟ ଖରାପ ଥିଲେ ବେଲ ସରବତ ପିଇବା ଖୁବ ଉପକାରୀ।
ବେଲ ସରବତ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ବେଲ ସରବତ ପିଇବା ଦ୍ୱାରା ଶରୀରରେ ହେଉଥିବା ବିଭିନ୍ନ ପ୍ରକାର ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ବେଲ ସରବତ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ।
ବେଲ ସରବତ ପିଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ସ୍ତର ନିୟନ୍ତ୍ରଣ ହୋଇ ରହିଥାଏ।
ବେଲ ସରବତ ପିଇବା ଦ୍ୱାରା ପେଟ ଥଣ୍ଡା ରହିଥାଏ।
ବେଲ ସରବତ ରକ୍ତ ପରିଷ୍କାର କରିବାରେ ସହାୟକ ହେବା ସହ ଏହା ହୃଦୟ ଜନିତ ରୋଗ ଓ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ଶରୀରକୁ ରକ୍ଷା କରିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories