ଭୁବନେଶ୍ୱର : ଅସହ୍ୟ ଗରମ ପରେ ଆଗକୁ ଆସୁଛି ଲଘୁଚାପ। ମେ’୫ ତାରିଖ ପାଖାପାଖି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆଜି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇପାରେ। ତେବେ ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଲଘୁଚାପ ସୃଷ୍ଟି ହେଲା ପରେ ଏହାର ଗତିବିଧି ସ୍ପଷ୍ଟ ହେବ। ବର୍ତ୍ତମାନ ଆକଳନ ଅନୁସାରେ ଏହା ଓଡିଶାକୁ ପ୍ରଭାବ ପକାଇବ ନାହିଁ। ଏନେଇ ଆଇଏମଡି ଡିଜି ସୂଚନା ଦେଇଛନ୍ତି।
Popular Categories



